Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Sahoo

Others

3  

Prakash Sahoo

Others

ଚାଲିଯିବୁ ତୋ ଶାଶୂଘର

ଚାଲିଯିବୁ ତୋ ଶାଶୂଘର

2 mins
3.0K


ଚାଲିଯିବୁ ତୋ ଶାଶୁଘର

ଚାଲିଯିବୁ ତୋ ଶାଶୁଘର।
ଏବେ ଠାରୁ ତୁ ଆଉ କାହାର ,
ହୋଇଯିବୁ । ଆଉ କିଛି ଦିନ ବାସ ,
ତା ପରେ ତୁ ଫୁଲ ରେ ସୁସଜ୍ଜିତ ,
ସଵାରୀ ରେ ବସି ଚାଲିଯିବୁ,

ଚାଲିଯିବୁ ସେହି ଗାଁ ରାସ୍ତା ରେ,
କେତେ ଖେଳି ଥିଲେ କେତେ ,
ଅଭିମାନ, ରାଗରୁଷା କରିଥିଲୁ ,
ସାକ୍ଷୀ ଅଛି ଆଜି ସେହି ରାସ୍ତା ,
କେବେ ପୁଣି କାଗଜ ଡଙ୍ଗା ,
କରି ରାସ୍ତା ରେ ଜମିଥିବା ,
ସ୍ୱଳ୍ପ ପାଣିରେ ଭସାଇ ଥିଲେ ।

ସାନ୍ଧ୍ୟ ଆଳତି ର ସମୟ ରେ,
ମୋ ପାଇଁ ଏକ ପୂର୍ବ ନିର୍ଦ୍ଧାରିତ,
ସୂଚୀ ଥିଲା ମୋତେ ଟାଣି ନେଇ,
ଗାଁ ମୁଣ୍ଡ ମନ୍ଦିର କୁ ଯାଉଥିଲୁ,
ମୋ ବାରଣ ଆଉ ଅନିଚ୍ଛା ସତ୍ତ୍ୱେ ।

ସେ କୌଣସି ବି ଜିନିଷ ହେଉନା,
କାହିଁକି ସର୍ବପ୍ରଥମେ ତୁ ପରଖିଥିଲୁ,
ଯଦି ତୋର ନାପସନ୍ଦ ହୁଏ ତେବେ,
ମୋ ଅଧିନ ରେ ଆସେ।

ସାଙ୍ଗ ହୋଇ ସ୍କୁଲ ଯିବା,
ମୋ ହାତ ର ସହାରା ନେଇ ମୋ
ହାତର ଆଙ୍ଗୁଳି ରେ ଆଙ୍ଗୁଳି ସନ୍ଧି,
ମୋ ସୁରକ୍ଷା ର ବଳୟ ଭିତରେ,
ପୁଣି କେବେ ଅଭିମାନ କରି,
ଏକା ଏକା ଯାଉଥିଲୁ ।

ପୁଣି କେବେ କାନ୍ଦି କାନ୍ଦି,
ମୋ ପାଖେ ଧାଇଁ ଆସୁଥିଲୁ ।
ଯେପରି ମୁଁ ତୋ ପାଇଁ ନ୍ୟାୟଧିସ,
ତୋତେ ନ୍ୟାୟ ହିଁ ଦରକାର ,
ଦୋଷୀ କୁ ଦଣ୍ଡ ଦରକାର,
ତୋ ଇଚ୍ଛାନୁଯାଇ ତାହା ହିଁ ହୁଏ।

ସାଙ୍ଗ ହୋଇ ଖାଇବା ,
ଗ୍ରୀଷ୍ମ ଛୁଟି ରେ ମାମୁଁ ଘରକୁ ଯିବା,
ମାମୁଁ ଙ୍କ ସହିତ ପାଖ ମେଳା କୁ ,
ବୁଲିଯିବା ମାମୁଁ ଘର ଗାଁ ର ସେହି ,
ଅସୀମ ଧାନ ର କ୍ଷେତ,ଗାଁ ଦାଣ୍ଡ,
ବର ଗଛ ର ଓହଳ ମଧ୍ୟ ରେ,
ରଜ ର ଦୋଳି ଖେଳିବା ।

ସମୟ ର ଚକ୍ର ତୋର ଉଚ୍ଚ ଶିକ୍ଷ୍ୟା,
ଆଉ ମୋର କର୍ମ କ୍ଷେତ୍ର ଅଲଗା ,
କରିଦେଇଥିଲା ଆମ ଦୁହିଁ ଙ୍କୁ ,
କିନ୍ତୁ ଏବେ ଠାରୁ ସବୁଦିନ ପାଇଁ ,
ଆମେ ଅଲଗା ହୋଇଯିବା ।

ମୁଁ ପାଲଟିଯିବି ତୋ ପାଇଁ ପର,
ତୁ ଚାଲିଯିବୁ ଆଜି ତୋ ଶାଶୁଘର,
ମୁଁ ହୁଏତେ କେବେ ଯିବି ତୋ ଘରକୁ
କିନ୍ତୁ ଜଣେ ଅତିଥି ଭାବରେ ,

ମୋ ଅବସାଦ ପୂର୍ଣ୍ଣ ମୁଖ ରେ,
କେବେ ତୁ ହସ କୁ ଫେରାଇ ଆଣୁଥିଲୁ ।
ପୁଣି କେବେ ବେସହାରା ଭାବେ ,
ରୋଗୀ ଶଯ୍ୟା ରେ ନିକମ୍ମା ଭଳି ,
ପଡିଥିବାବେଳେ କେବଳ ତୁ ମୋର,
ଅନ୍ତିମ ସାହାରା ସାଜିଥିଲୁ ।
ତୁ ଚାଲିଯିବୁ ଆଜି ମୋ ମୁହଁ ର ,
ହସ ର ଫୁଲ ଚିରକାଳ ପାଇଁ ମଉଳି ଯିବ ।
ରକ୍ଷ୍ୟା ବନ୍ଧନ ର ପର୍ବ ମୋ ପାଇଁ ,
ମୂଲ୍ୟହୀନ ହୋଇ ରହିଯିବ ।

ତୋ ଅନୁପସ୍ଥିତି ରେ ମୋତେ ଆମ ଗାଁ,
ପୁରା ମରୁଭୂମି ପରି ଲାଗିବ,
ମୁଁ ଯେଉଁ ଆଡେ ଯିବି ମୋତେ
ଖାଲି ତୋର ସେ ହସ ହସ ମୁଁହ,
ଦୃଶ୍ୟମାନ ହେବ। ମୋ ସ୍ମୃତି ଭିତରେ,
ଆମ ପିଲା ଦିନ ଜାଗି ଉଠିବ ।

ମୋର ଆଖି ରେ ଲୁହ ବହିଯିବ,
ଯେବେ ତୋର ସେ ଭାଇ ଡାକ,
ମୋ କର୍ଣ ରେ ସବୁବେଳେ ପ୍ରତିଧ୍ୱନି,
କରି କହୁଥିବ ମନ ଦୁଖଃ କରୁଛୁ?

ଭାଇ,ମୋତେ ତ ଦିନେ ନା ଦିନେ ,
ଯିବାର ର ଥିଲା ବଧୂ ବେଶ ରେ,
ଗୋଟେ ଝିଅ ର ଜନ୍ମ ପରଘରକୁ,
ମୁଁ ତୋ ପାଖେ ପାଖେ ଅଛି ।

ରାକ୍ଷୀ ପୁର୍ଣିମା ରେ ମୁଁ ପୂର୍ବ ପରି,
ରାଖୀ ବାନ୍ଧି ଦେଇ ତୋ ମୁହଁ ରେ ,
ହସ ର ଫୁଲ କୁ ପୁଣି ଜାଗ୍ରତ କରିବି ।
ପୁଣି ଥରେ ତୋ ସହ ମାମୁଁ ଘର କୁ ଯିବି ।

ମୁଁ ତୋର ଗେଲ୍ହା ଭଉଣୀ ଥିଲି
ଅଛି ଆଉ ରହିବି ମଧ୍ୟ।

ପ୍ରକାଶ ସାହୁ



Rate this content
Log in