Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational

5.0  

Bauribandhu Lenka

Inspirational

ଉଡେ ତ୍ରିରଙ୍ଗା

ଉଡେ ତ୍ରିରଙ୍ଗା

1 min
5.9K


ମୋ ଦେଶର ପ୍ରତି କୋଣେ ଅନୁକୋଣେ

ବହେ ଦେଶ ପ୍ରେମ ଗଙ୍ଗା

ଯେତେ ଦିନ ସୂର୍ଯ୍ୟ ଚନ୍ଦ୍ର ଥିବେ ରହି

ଉଡୁଥିବ ଏ ତ୍ରିରଙ୍ଗା ॥ ୦ ॥

ମୋ ଦେଶ ବାଳିକା ସୁମନ କଳିକା

ବିଦ୍ୟାବତୀ ଲୀଳାବତୀ

ମୋ ଦେଶ ବାଳକ ଗାନ୍ଧୀ ତିଳକ

ପରି ଅରଜିବେ ଖ୍ୟାତି

ମୋ ଦେଶର ପ୍ରତି ଯୁବକ ବିବେକ-

ଆନନ୍ଦଙ୍କ ଜ୍ଞାନ ଗଙ୍ଗା

ଯେତେ ଦିନ ସୂର୍ଯ୍ୟ ଚନ୍ଦ୍ର ଥିବେ ରହି

ଉଡୁଥିବ ଏ ତ୍ରିରଙ୍ଗା ।। ୧ ॥

ମୋ ଦେଶ ଲଳନା ଯୁଦ୍ଧେ ବୀରାଙ୍ଗନା

ଡରେନି ଦେବାକୁ ପ୍ରାଣ

ମୋ ଦେଶ ସୈନିକ ସଦା ସେ ନିର୍ଭୀକ

ସୀମା ସୁରକ୍ଷାରେ ଧ୍ୟାନ

ମୋ ଦେଶ କବିର ଲେଖନୀରୁ ଝରେ

ଦେଶପ୍ରେମ‐ନୀରା ଗଙ୍ଗା

ଯେତେ ଦିନ ସୂର୍ଯ୍ୟ ଚନ୍ଦ୍ର ଥିବେ ରହି

ଉଡୁଥିବ ଏ ତ୍ରିରଙ୍ଗା ॥ ୨ ॥


Rate this content
Log in

Similar oriya poem from Inspirational