Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Comedy Others

2  

Niranjan Sahu

Comedy Others

ମାତୃଭାଷା

ମାତୃଭାଷା

1 min
185


ବାପାଙ୍କୁ କହିଲ ଡାଡ଼୍

ଖଟକୁ କହିଲ ବେଡ୍

ମାଆଙ୍କୁ କହିଲ ମମ୍

ଗୁରୁମାଆଙ୍କୁ କହିଲ ମେମ୍ ।

ଗୁରୁଙ୍କୁ କହିଲ ସାର୍

ସାଙ୍ଗକୁ କହିଲ ୟାର୍ ଓ

ଭାଇଙ୍କୁ କହିଲ ବ୍ରଦର୍

ଭଉଣୀକୁ କହିଲ ସିସ୍

ଆଉ ସ୍ତ୍ରୀଙ୍କୁ କହିଲ ମିସ୍

ଖାଇବାକୁ କହିଲ ଡିସ୍ ।

ଇଇଇଇଇସିସିସିସି...

ମାତୁଭାଷାର 'ମ' ଅକ୍ଷର ଜାଣିନ

ଚୋବାଉଛ ଇଙ୍ଗିଲିସ୍ ।

ଉତ୍କଲ ଦିବସ ମାନେ ଜାଣିନାହଁ

କହୁଛ ଏପ୍ରିଲ ଫୁଲ୍

ଯାହା କହୁଛ ଓଡ଼ିଆ ଦି’ ପଦ

ଶହେରେ ନବେ ଭୁଲ ।

ଓଡିଶା ମାଟିର ଜନମ ହୋଇଲ

ଓଡ଼ିଶା ଭୁଇଁରେ ବଢିଲ

ଦି’ ଚାରିପଦ ଇଙ୍ଗିଲିସ୍ ପଢି

ଓଡ଼ିଆ କହିବା ଛାଡିଲ ।

ନିଜ ମାତୃଭୂମି ମାତୃଭାଷାର ମମତା

ମୂଲ୍ୟକୁ ଟିକିଏ ବୁଝିବ

ଗର୍ବରେ ନିଜ ଛାତିକୁ ଫୁଲେଇ

ବନ୍ଦେ ଉତ୍କଳ ଜନନୀ ଗାଇବ

ତୁମ ବାପା ମାଆ ଜନମ ଦେବାଟା

ତାଙ୍କ ଜୀବନଟା ସାର୍ଥକ ହୋଇବ ।


Rate this content
Log in

Similar oriya poem from Comedy