Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Drama Fantasy

4.8  

ବି. ନିରୁପମା

Drama Fantasy

ଭାଙ୍ଗ ଗହଳ

ଭାଙ୍ଗ ଗହଳ

1 min
2.0K



ଆସ ମହାବାହୁ,ଆସ ସଅଳ...

ଉଛୁର ହେଲାଣି ପରା-

ଭାଙ୍ଗ ଗହଳ ।(୦)

ଆସ ସଅଳ ।


ମାଉସୀ ମା' ବାଟଚାହିଁ-

ଥିବେ ତୁମ ଭେଟ ପାଇଁ ,

ପଡ଼ି ଯାଇଥିବ ତହିଁ

ପୂରା ଚହଳ ।(୧)

ଭାଙ୍ଗ ଗହଳ....


ବଡ଼ ଦେଉଳର ମୋହ-

ଭୁଲି ପାରୁନ କି କୁହ ,

ଚାହଁ, ଭକ୍ତ ଶହ ଶହ

ଭାବେ ବିହ୍ଵଳ ।(୨)

ଭାଙ୍ଗ ଗହଳ....


ମାଉସୀ ମା' ବାଟେ ଭେଟି-

ପୋଡ଼ପିଠା ଦେବେ ସେଠି,

ଖାଇବ ଆନନ୍ଦେ ଅତି

ଚଳ ଚଞ୍ଚଳ।(୩)

ଭାଙ୍ଗ ଗହଳ....


ଆସ ମହାବାହୁ ,ଆସ ସଅଳ....

ଉଛୁର ହେଲାଣି ପରା-

ଭାଙ୍ଗ ଗହଳ ।

ଆସ ସଅଳ ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in