ଦରଦିବନ୍ଧୁ ଗୋପବଂଧୁ
ଦରଦିବନ୍ଧୁ ଗୋପବଂଧୁ
ମହୀୟାନ୍ ହେ ପୁରୁଷ ନାମ ଗୋପବଂଧୁ,
ସମସ୍ତଙ୍କ ପାଇଁ ଥିଲ ତୁମେ କୃପାସିନ୍ଧୁ।
ମହୀମା ତୁମର ମୁଁ ଯେ କି କରିବି ଗାନ,
ସର୍ବସ୍ବ ହରାଇ ତୁମେ ଦେଇଥିଲ ଦାନ।
ଜନ୍ନନେଲ ହେ ମହାତ୍ମା ଭାର୍ଗବୀର କୂଳେ,
ଧନ୍ଦି କାହିଁ ହେଲନାହିଁ ତୁମର ଜଞ୍ଜାଳେ।
ଦେଖିଥିଲ ନୂଆ ସ୍ବପ୍ନ ଉତ୍କଳର ପାଇଁ,
ଦିନେ ହେଲେ ଭଲରୂପେ ନପାରିଛ ଶୋଇ।
ଅଶ୍ରୁବାରି ବୋହୁଥିଲା ଦରିଦ୍ରଙ୍କୁ ଦେଖି,
ନିଜ ବତ୍ସ୍ର ଦେଉଥିଲ କପଟ ନରଖି।
ଜାତିପାଇଁ କାରାଦଣ୍ଡେ ହୋଇଛ ବରଣ,
ଇତିହାସ ସଦା ତୁମ ଘୋଷୁଥିବ ନାମ।
ଜନମ ହୋଇଲ ତୁମେ ସୁଆଣ୍ଡୋ ଗ୍ରାମରେ,
ଲୀଳାଖେଳା କଲ ଆସି ସାକ୍ଷିଗୋପାଳରେ।
ସୃଷ୍ଟିକରିଗଲ ତୁମେ ବନ ବିଦ୍ୟାଳୟ,
ବକୁଳବନ ଯାହାର ହୋଇଲା ନୀଳୟ।
ଚରିତ୍ର ଗଠନ କଲ କେତେ ଛାତ୍ରଙ୍କର,
ଦିନେହେଲେ କାହାକୁ ଯେ କରିନାହଁ ପର।
ବନ୍ୟା ବାତ୍ୟା ବେଳେ ତୁମେ ହୋଇଛ ହାଜର,
ଦୁଽଖୀରଙ୍କି ପାଇଁଁ ଥିଲ ସାକ୍ଷାତ ଇଶ୍ବର।
ଉତ୍କଳର ମଣି ରୂପେ ହୋଇଅଛ ଖ୍ୟାତ,
କେତେ ବାଧାବିଘ୍ନ ତୁମେ କରିଛ ନିପାତ।
ଦେଶଜାତି ପାଇଁ ସଦା କାନ୍ଦୁଥିଲା ପ୍ରାଣ,
ନରକଯନ୍ରଣା ସହି ହେଲ ହଇରାଣ।
ଲେଖିଗଲ କେତେ କାବ୍ୟ କେତେଯେ କବିତା,
ଗୁଣଗାନ କରୁଥିବ ଏ ଉତ୍କଳ ମାତା।
ଉଚ୍ଚନୀଚ ବାରିନାହଁ କେବେ ତ ଜୀବନେ,
ଅମର ହୋଇ ରହିଛ ଦେଶବାସୀ ମନେ।
ତୁମ ପ୍ରଚେଷ୍ଟା ବଳରେ ହୋଇଛି ସମାଜ,
ଘରେ ଘରେ ଲୋକପ୍ରିୟ ସେହି ଅଟେ ଆଜ।
ଗୁଣଗାନ କରିବାକୁ ନାହିଁ ମୋ ଶକତି,
ସଦା ତୁମ ଚରଣରେ ରହିବ ଭକତି।
ମୁଁ ଅଧମ ଖଟୁଅଛି ତୁମ ବିଦ୍ୟାଳୟେ,
ଶିକ୍ଷାଦାନ କଲାବେଳେ ହୋଇବ ସହାୟେ।
*ବିଜ୍ଞାନ ଶିକ୍ଷକ,ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ,ସାକ୍ଷିଗୋପାଳ,ପୁରୀ
(ଉକ୍ତ କବିତା ଟି ପୂର୍ବପ୍ରକାଶିତ ଥିଲା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ର ମୂଖପତ୍ର ରତ୍ନଚିରା ରେ)
----------------------------
ମାନସ ରଞ୍ଜନ ପଟ୍ଟନାୟକ
ସଂପାଦକ-ମାଟିର ମହକ
********************