Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

କରିଦିଅ ମୋତେ ସାଇଁ

କରିଦିଅ ମୋତେ ସାଇଁ

1 min
7.3K


ବଟକୃଷ୍ଟ ସ୍ଵାଇଁ


ଏଡ଼େ ଝଙ୍କାଳିଆ ବରଗଛଟିଏ

ନ କରିଲ ପଛେ ନାହିଁ

ଛୋଟ ହେଲେ ହେଉ ତୁଲସୀ ଗଛଟେ

କରିଦିଅ ମୋତେ ସାଇଁ l

ମାଟି ଚଉରାରେ ସୋଭା ପାଉଥାଏ

ଦାଣ୍ଡେ ଅଗଣାରେ ଥାଇ

ଦିଅଁଙ୍କର ପାଶେ ଲାଗିହୁଏ ନିତି

ସୋହାଗ ଆଦର ପାଇ l

ଏତେ ବଡ ଜୀବ ହାତୀଟିଏ ମୋତେ

ନ କରିଲେ ପଛେ ନାହିଁ

ଛୋଟ ହେଲେ ହେଉ ମହୁମାଛିଟିଏ

କରିଦିଅ ମୋତେ ସାଇଁ l

ଫୁଲ ପାଶେ ଯାଇ ଗୁଣୁଗୁଣୁ ଗାଈ

ଆହାର ଆଣେ ମଧୁ

ପରହିତ ଲାଗି ବିତରି ତାହାକୁ

ଜଗତକୁ କରେ ବନ୍ଧୁ l

ଏଡ଼େ ମନୋହର ପଲାଶଫୁଲଟେ

ନ କରିଲେ ପଛେ ନାହିଁ

ଛୋଟ ହେଲେ ହେଉ ଗଙ୍ଗ ଶିଉଳିଟେ

କରିଦିଅ ମୋତେ ସାଇଁ l

ସଞ୍ଜରେ ଫୁଟି ମୁଁ ସକାଳକୁ ଝରେ

ମୁଖେ ଉକୁଟାଇ ହାସ

ହରେ ଜନମନ ମଧୁର ମହକେ

ଚହଟାଇ ଚଊପାଶ l

ଏଡ଼େ ସୁବିଶାଳ ସାଗର ପଛକେ

ନ କରିଲେ ମୋତେ ନାହିଁ

ଛୋଟ ହେଲେ ହେଉ ଟିକି ଝରଣାଟେ

କରିଦିଅ ମୋତେ ସାଇଁ l

କୁଳୁ କୁଳୁ ଗୀତ ଗାଇ ଦିବାନିଶି

ଡେଇଁ କେତେ ଗିରି ବନ

ବିତରି ଶୀତଳ ମଧୁର ଜଳ ମୁଁ

ତୋସୁଥିବି ଜନମନ l

ଏଡ଼େ ମୋନଲୋଭା ପୁନେଇଁ ଜହ୍ନ ମୁଁ

ନ ହେଲେ ପଛକେ ନାହିଁ

ଛୋଟ ହେଲେ ହେଉ ମାଟି ଦୀପଟିଏ

କରିଦିଅ ମୋତେ ସାଇଁ

ଜଳିଜଳି ଯାଉ ସଳିତାଟି ମୋର

ଅନ୍ଧାରେ ଆଲୋକ ଦେଇ

ପରହିତେ ଯିଏ ଜୀବନଟା ଦିଏ

ଜଗତରେ ଧନ୍ୟ ସେଇ l


Rate this content
Log in

Similar oriya poem from Inspirational