ଅଧରାତିରେ ସକାଳ
ଅଧରାତିରେ ସକାଳ
ଗଜାନନ ମିଶ୍ର
କମିବାକୁ ନାହିଁ ରାତି,
ଗଭୀରରୁ ଗଭୀରତର
ସକାଳ କି ବହୁ ଦୂର ।
କିନ୍ତୁ ଥିଲେ କବିତା ପାଖରେ,
ନିଶାର୍ଦ୍ଧରେ ଓହ୍ଲାଏ ସକାଳ ।
ଈର୍ଷା କରନା ପ୍ରିୟେ,
ଉଠିଆସ ହାତ ଧରି ମୋର,
ପାଖରେ ମୁଁ ସର୍ବଦା ତୁମର ।
ରୁହ ସତର୍କ
ସମୟ-ଦି’ ଧାରିଆ ରେଜର୍ ।
ହସିଦିଅ ଥରେ ପ୍ରିୟେ,
କୋମଲ ମଧୁର
ବିନାଶ ହେଉ ସବୁ ଦୁଃଖ ।
ସବୁ ମୁକ୍ତ ଏଠି
ପ୍ରେମରେ, ବନ୍ଧୁତ୍ଵରେ ।
ଗୋଟେ ତ ଜୀବନ ପ୍ରିୟେ,
ଗୋଟେ ତ ପବନ,
ଗୋଟେ ହିଁ ସ୍ଵପ୍ନ
ପ୍ରେମକୁ ଅକୁଳାନ ।
ନାଇଁ ଭୟ,
କାରଣ ନାଇଁ ଭୟର ।
ପ୍ରତି ମୁହୂର୍ତ୍ତ ପୂର୍ବ ନିର୍ଦ୍ଧାରିତ ପ୍ରିୟେ,
ସଦା ନୂଆ ନୂଆ
ପ୍ରତୀଟି ସମୟ ସ୍ରୋତ ।
ଜୀବନ ବିସ୍ତାରିତ,
ଆଉ ବାଟ ବହୁତ ।
ଆମ ଦେହ ପଞ୍ଜୁରି,
ଆମ ସ୍ଵପ୍ନ- ଫୁଆର ପ୍ରିୟେ,
ଉଠି ଆସ, ବନ୍ଦୀ ଆମେ
ପ୍ରେମରେ ଏଠି ଚିରକାଳ ।
ମାଟି ଆମର ପାଦ,
ଆକାଶ ମୁଣ୍ଡ, ନିଆଁ- ଦେହ ଆମର ।
ପବନକୁ ପାଥେୟ କରି
ଯିବା ବହୁ ଦୂର ।
ରାତି କାହିଁ ?
ରଙ୍ଗୀନ୍ ଆଲୁଅ ତ
ବିଛାଡି ହୋଇଛି ସର୍ବତ୍ର ।
ଆମରି ସୂର୍ଯ୍ୟ ଠିଆ ଆମ ପାଖେ
ଦେଖିବା ହୁଅ ।