Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Geeta Sarangi

Others

4  

Geeta Sarangi

Others

ଜୀବନ ଗୀତା-୧୪୩

ଜୀବନ ଗୀତା-୧୪୩

1 min
13.5K


ଜୀବନ ଗୀତା-୧୪୩

ଗୀତା ଷଡ଼ଙ୍ଗୀ

ଜୀବନରେ ନିନ୍ଦା ପ୍ରଶଂସା
ରହିଛି ସିନା,
ନିନ୍ଦା ଶୁଣି ଦୁଃଖ କରିବା
ପ୍ରଶଂସାରେ ଆନନ୍ଦ ହେବା
ହୋଇଛି ମନା ॥୦॥

ମନର ବିସ୍ତାର ହେଲେ
ଜ୍ଞାନୀ ହୁଏ ଜୀବ,
ହୃଦୟ ବିସ୍ତାର ହେଲେ
ମହତ ମାନବ.
ନିନ୍ଦା-ପ୍ରଶଂସାରେ ସମ ଅବସ୍ଥାରେ
ମହତ ଜ୍ଞାନୀଜନ ଏକା
ରୁହଇ ସିନା ॥୧॥

ହୃଦୟରେ ଜ୍ଞାନଦୀପ
ଜାଳିରଖେ ଯିଏ,
ତା'ଠାରୁ ମହତ ଆଉ
ସଂସାରରେ କିଏ ?
ଅନ୍ଧାର ହୃଦୟେ ଜ୍ଞାନଦୀପଟିଏ
ଜଳାଇଦିଅନ୍ତୁ ସବୁରି
କାଳିଆ ସୁନା ॥୨॥

*****


Rate this content
Log in