Audio

Forum

Read

Contests

Language


Write

Sign in
Wohoo!,
Dear user,
ଗୁହାରୀ ଶୁଣ ବାରେ
ଗୁହାରୀ ଶୁଣ ବାରେ
★★★★★

© Pranati Mahapatra

Inspirational

1 Minutes   1.2K    8


Content Ranking

ଗୁହାରୀ ଶୁଣ ବାରେ

ପତିତପାବନ ନାମରେ ତୋହର

ଜଗତ ଉଡାଏ ବାନା,

ମୁଁ ପତିତ କାହିଁ ତୋ କରୁଣା ରେଣୁ

ମୋ ପାଇଁ ଯେ ଏତେ ଉଣା,

ତୋର ବଡଦାଣ୍ଡ ଧୂଳି କଣିକାଟେ

ବାଜିନି ମୋହର ପାଦେ ,

ଜଗତ କହୁଛି ତୋର ଡୋର କାଳେ

ଲାଗିନି ମୋହରି ହୃଦେ ।

ନୀଳାଦ୍ରୀ ବିହାରୀ କରୁଣାର ବାରି

ଯଦି ସିଞ୍ଚିଦିଅ ଥରେ,

ନିଷ୍ଠୁର ନହୋଇ ନେତ୍ର ଖୋଲି ତବ 

ଗୁହାରି ଶୁଣିବ ବାରେ ।

ପ୍ରଣତି ମହାପାତ୍ର

ବାଲେଶ୍ୱର

ପତିତପାବନ ବଡଦାଣ୍ଡ ମୋହର ଗୁହାରି

Rate the content


Originality
Flow
Language
Cover design

Comments

Post


Some text some message..