ଜୀବନ ରଙ୍ଗ
ଜୀବନ ରଙ୍ଗ
ଢୀବନର ସବୁ ରଙ୍ଗ ମଳିନ ନିଷ୍ପ୍ରଭ ।
ଚାହୁଁ ଚାହୁଁ ଶୈଶବର ସରଳତା,
କୈଶୋରର ଚପଳତା,
ଯୌବନର ଉଦ୍ଦାମତା—
ଜଣକ ପରେ ଜଣେ ଲମ୍ଫ ପ୍ରଦାନ କଲେ
ପ୍ରବହମାନା ଜୀବନ‐ସ୍ରୋତସ୍ୱିନୀକୁ।
ଆଉ ଉଠେନି ସେ ଉତ୍ତାଳ ତରଙ୍ଗ—
ଜୀବନର ଯମୁନାରେ।
ମାଳିମାନେ ତୋଳି ନେଇଛନ୍ତି
ବସନ୍ତରେ ଫୁଟିଥିବା ଫୁଲ ସବୁକୁ।
ଜୀବନ ଗଡାଣିର ହାଡଭଙ୍ଗା ଶୀତରେ
ପତ୍ରଝଡା ବୃକ୍ଷ ପରି ରୁକ୍ଷ ଏ ଶରୀର।
ଫେରିବାର ନାହିଁ ସମ୍ଭାବନା ବସନ୍ତର ଆଉ ।
ନୂଆ ପତ୍ର ଆଉ କଅଁଳିବାର ନାହିଁ ।
ଜୀବନ ବୈଶାଖୀରେ ଖାଲି ଧୁ ଧୁ ଖରା ।
ଉତ୍ତପ୍ତ ଏ ଜୀବନ ମରୁରେ ତୃଷାତୁର ପଥିକ
ମୁଁ ପଥଭ୍ରାନ୍ତ ମୃଗତୃଷ୍ଣା କୋଳେ ।
ଜାଣେନା ସେ ପହିଲି ବର୍ଷାବିନ୍ଦୁ—
ଏ ମରୁକୁ ଛୁଇଁବ ନା, ନାହିଁ ।
*******