Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santosh Pattnayak

Others

5.0  

Santosh Pattnayak

Others

ମନ ଶିବ ଶିବ ସ୍ମରିଲା

ମନ ଶିବ ଶିବ ସ୍ମରିଲା

1 min
6.8K


ରଜନୀ ପାହିଲା ଅରୁଣ ଉଇଁଲା

   ବଉଦେ ଜହ୍ନ ଲୁଚିଲା

ମଲ୍ଲୀ,ହେନା,ଚମ୍ପା କେତକୀ ବାସିଲା

    କୁକ୍କୁଟ ରାବ ଶୁଭିଲା....

ଶେଫାଳି ବିଚାରି ମହକାଇ ସାରି

   ବୃନ୍ତରୁ ପତିତ ହେଲା

 ଆମ୍ର ବାଟିକାରେ କୋଇଲି ସୁରିଲା

     ଧରା ଝଲସି ଉଠିଲା....

ଓଁ କାର ନାଦରେ ମନ୍ଦିର କମ୍ପିଲା

   ମନ ବିଭୁକୃପା ଇଛିଲା

 ଅପରିଚିତର ପରିଚୟ ନେଇ

    ଚକ୍ଷୁରୁ ଲହୁ ଝରିଲା.....

ମରମର ବ୍ୟଥା ମରମେ ମରିଲା

   ଶରଣଟା ସାରହେଲା

 ଦରଶନ ପାଇଁ ଭାବେ ଅଛି ଚାହିଁ

    ତୁମ୍ଭକୃପା କିବା ନୋହିଲା...

ଆକୁଳିତ ଅଶ୍ରୁ ପରାଣ ବିନୟେ

   ତୁମରି ପ୍ରତିକ୍ଷା କଲା

 ମମ ଇଛାପୂର୍ଣ୍ଣ କରହେ ଇଶ୍ଵର

   ମନ ଶିବ ଶିବ ସ୍ମରିଲା....।


Rate this content
Log in