ବାହୁଡିବା ବେଳ
ବାହୁଡିବା ବେଳ
ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ
ବାହୁଡି ଆସିଛି କଳା କହ୍ନାଇ
ଅପେକ୍ଷା ଲକ୍ଷ୍ମୀ ଠାକୁରାଣୀଙ୍କ ମାନଭଞନ କରି
ଶ୍ରୀମନ୍ଦିରେ ପ୍ରବେଶ କରିବେ ହରି ।
କି ଲୀଳା ଲଗାଉ ଚକାନୟନ
ଇସାରାରେ ତୋର ଧରଣୀ ଗଗନ
ମୂଷଳ ବରଷା ଆକାଶର ଗର୍ଜନ
ତୋ ବାହୁଡିବା ବେଳେ ଶାନ୍ତ ପବନ ।
ରଥେ ଟିକେ ତତେ ଦେଖିବା ପାଇଁ
କେତେ କେତେ ଦୂରୁ ଭକ୍ତ ଆସଇ ଧାଇଁ
ଦାଣ୍ଡରେ ବୁଲିବାକୁ ହୁଏ ତୋ ମନ
ନା ଭକତ ପାଇଁ ତୋ ମନ ଉଛନ୍ନ ।
ମା ସାଆନ୍ତାଣୀ ଲକ୍ଷ୍ମୀ ଠାକୁରାଣୀ
ଶ୍ରୀମନ୍ଦିରେ ଏକା ରୁହନ୍ତି ପୁଣି
ଜାଣି ବି ତୁ କୋପ ତାଙ୍କର
ରଥେ ଚଢି ଯାଉ ଚାଲି ଗୁଣ୍ଡିଚା ଘର ।
ନଅ ଦିନ ହେଲା ଯାତରା କରି
ଉଠୁଛି ପଡୁଛି ଶ୍ରୀକ୍ଷେତ୍ର ପୁରୀ
ସୁବର୍ଣ୍ଣ ଛାଉଣୀ ତୋ କଳେବର
ରଥରେ ବାମନ କେଡେ ସୁନ୍ଦର ।
ଚୁଡାଘଷାକୁ ରସଗୋଲାର ଭୋଗ
ଖୁଆଇ ଖୁସି କରାଏ ଭକତ ଆଗ
ଭକ୍ତି ଭାବେ ଚକା ଆଖିକୁ ଚାହିଁ
ଇଚ୍ଛାକୁ ନିଜର ପ୍ରକାଶ କରଇ ।
ଭକତର ଧନ ଭାବ ବିନୋଦିଆ
ଧନୀ ଠୁ ଗରୀବ ସଭିଙ୍କୁ କରୁ କିମିଆ
ଅଳଙ୍କୃତ କର ଯାଇ ରତ୍ନ ସିଂହାସନ
ପୁନଶ୍ଚ ମନ୍ଦିର କୋଳାହଳେ ହଉ ପୂର୍ଣ୍ଣ ।।
.............. ପଦ୍ମାଳୟା