Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others Fantasy

5.0  

ପ୍ରଶାନ୍ତ କୁମାର ବେହେରା

Others Fantasy

ଶ୍ରୀକୃଷ୍ଣଙ୍କ ବଂଶୀ

ଶ୍ରୀକୃଷ୍ଣଙ୍କ ବଂଶୀ

1 min
324



କଳାକାହ୍ନୁ ହେ !

ଭାଦ୍ରବର ଏଇ ଜନ୍ମାଷ୍ଟମୀର

ଗାଢ ଅନ୍ଧକାର ରାତ୍ରିରେ

ନେଇଥିବାରୁ ଜନ୍ମ

ଏମିତି ରୂପ ହେଲାକି ତୁମର ?


ହେ ମୁରଲୀଧର !

ସତ କହିବ କି ତମେ

କେଉଁଠୁ ପାଇଲ

ସେଇ ମୋହନ ବଂଶୀ ?


ଆହେ ନନ୍ଦ ନନ୍ଦନ

ସେଇ ନିର୍ଜୀବ ବଂଶୀରେ

ଏମିତି ମନୋମୁଗ୍ଧକର ମୂର୍ଚ୍ଛନା 

କେମିତି ତୋଳ ?


ତୁମ ବଂଶୀ ସ୍ୱନ ଶ୍ରବଣ ମାତ୍ରେ

ସମସ୍ତ କର୍ମ ଛାଡି

ନିଜର ମାନ ମହତ

ସବୁକୁ ପଛରେ ପକାଇ

ଗୋପୀମାନେ ସତରେ 

କ'ଣ ଧାଉଁଥିଲେ ଯମୁନା କୂଳ ?


ସେଇ ବଂଶୀର ଲଳିତ ସ୍ୱରରେ 

ରାଧା କୁଆଡେ ହୋଇ ବିବଶ 

ଅପୂର୍ବ ଶ୍ରୀହରଣରେ

ଆନନ୍ଦିତ ଓ ଆହ୍ଲାଦିତ ହୋଇ

ନିଜକୁ ତୁମ ପାଶେ ଦେଉଥିଲେ

ସମ୍ପୂର୍ଣ୍ଣ ସମର୍ପି ?


******


Rate this content
Log in