Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

2  

Sadananda Sahoo

Inspirational

ବିରହ

ବିରହ

1 min
6.7K


ପ୍ରେମ ରେ ବିରହ ହୃଦୟ ରେ କୋହ

ଅସରନ୍ତି ଦୁଃଖ ଗାଥା ;

ପ୍ରେମ ପାଇଁ ପ୍ରେମୀ ଝୁରି ହୁଏ ଖାଲି

ଘୂରିଯାଏ ପରା ମଥା !!

ନିରୀହ ପ୍ରେମିକ ସପନ ଅନେକ

ପ୍ରତାରଣା ଦିଏ ଦୁଃଖ ;

ପ୍ରେମିକା ବାୟାଣୀ ରଚେ ତ କହାଣୀ

ଅପସରି ଯାଏ ସୁଖ !!!

ନୂଆ ସ୍ୱପ୍ନ ଦେଖି ଯାଏ ବାଟ ହୁଡି

ସମ୍ପର୍କ ର ସେତୁ ଭାଙ୍ଗି ;

ପ୍ରେମପୂଜାରିଣୀ ସାଜେ କା ସଙ୍ଗିନୀ

ଏ ତ ନିଅାରା ପ୍ରେମର ଭଙ୍ଗୀ !!

ଦେହ ମନ ସବୁ ଯାଏ ଜଳି ଜଳି

ଅନ୍ତରଆତ୍ମା ଟା କାନ୍ଦେ ;

ଆଖିରୁ ଲୋତକ ଝରି ପଡେ ସତେ

ଦିନ ବିତେ ଅବସାଦେ !!!!

ସରଳ ହୃଦୟ ବୁଝେ ନାହିଁ ଛନ୍ଦ

ବିସ୍ଵାଶରେ କରେ ପ୍ରେମ ;

ଛଳନା ମୟୀର ରହସ୍ୟ ଅଜଣା

ତାପ୍ରେମ ହୁଏ ଅଭିସାପ !!!

ପ୍ରେମ ପାଠ ଅଙ୍କ ନୁହଁଇ ସହଜ

ପ୍ରେମୀ ପାରେ ନାହିଁ ବୁଝି ;

ସେଥି ପାଇଁ ଭୋଗେ କଷଣ ଯେ କେତେ

ପରିସ୍ଥିତି ସହ ଯୁଝି !!

ହେ ପ୍ରେମିକା ସୁନ୍ଦରୀ କରୁଛି ମୁଁ ଅଳି

ଲେଖନୀ ମୁନରେ ମୋର ;

ପ୍ରତାରଣା ଛବି କେବେବି ଆାଙ୍କନା

ଶୁଣାଯିବ ପ୍ରେମ ସ୍ୱର !!!!


Rate this content
Log in

Similar oriya poem from Inspirational