ବର୍ଷା
ବର୍ଷା
1 min
13.6K
ବର୍ଷା ଆସେ.....
ଆକାଶରେ
ପାଉଁଶିଆ ରଂଗରେ
କାନଭାସର ଛାତି କୋରଡରେ ,
ସ୍କୁଲ ପିଲାଙ୍କ ଅଝଟ ବେଳରେ
ବହି-ବସ୍ତାନିର ଫର୍ଦ୍ଦ ଫର୍ଦ୍ଦ ଚିରା
କାଗଜ ଡଂଗାର ସୁଅରେ ।।
ବର୍ଷା ଆସେ .....
ବାଟ ଭାଙ୍ଗି ଭାଙ୍ଗି
ଅନୁଢା କନିଆଁ କାନି ପଣତରେ
ମୁରୁକି ମୁରୁକି ହସି ,
ବର୍ଷା ଆସେ
ରୁଣୁ-ଝୁଣୁ ରୁଣୁ-ଝୁଣୁ ନୂପୁରର
ଛନ୍ଦରେ- ତାଳରେ
ମେଘ ମହ୍ଲାର ରାଗରେ ।।
ବର୍ଷା ଆସେ .....
କବିର କଲମ ମୂନରେ
ସାତ ରଂଗ- ସାତ ସୁରେ
ମନ୍ଦିର ବେଢା ଘଣ୍ଟ ଆଳତିରେ
ଓଁ କାର ଧ୍ଵନିରେ
ବର୍ଷା ଭିଜା ଆମ ଗାଁ
ମାଟିର ଗଂଧରେ ।।
ଡଃ ଶିବ ପ୍ରସାଦ ତ୍ରିପାଠୀ
ସ୍ମୃତି ନିଳୟ, ଉଦୟ ନଗର
ଷ୍ଟେସନ ରୋଡ, ବଲାଙ୍ଗୀର (ଓଡିଶା)