ଜୀବନ ଗୀତା-୨୩୭
ଜୀବନ ଗୀତା-୨୩୭
1 min
14K
ଜୀବନର ସତ୍ୟ ଏତ
ଜୀବନର ବେଦ
ପାଦ ଥିଲେ ଜୋତା ନାହିଁ
ଜୋତା ଥିଲେ ପାଦ ॥୦॥
ଦୁଃଖ ଆଉ ହତାଶା ତ
ରହିଛି ରହିବ
ତା ପାଇଁ ମଣିଷ କିଆଁ
ନିଇତି ମରିବ
ଅଶାନ୍ତିରେ ଘାରିହୋଇ
ହଜାଇବ ନିଦ ॥୧॥
ଦୁଃଖକୁ ସାମ୍ନା କରିବା
ଯେବେ ଶିଖିଯିବ
ଦୁଃଖ ତା ପାଖରୁ ନିଶ୍ଚେ
ଦୂରେଇ ରହିବ
ମନ ଆକାଶେ ଉଇଁବ
ପୂନେଇଁର ଚାନ୍ଦ ॥୨॥