Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance

2  

Sadananda Sahoo

Romance

ପ୍ରୀତି ଫୁଲ

ପ୍ରୀତି ଫୁଲ

1 min
590


ପ୍ରୀତି ଫୁଲ

................🌸🌹...............

ପ୍ରେମ ପ୍ରୀତି ଫୁଲ ମୂଲ. ତା' ଅମୂଲ

ଶରଧାରେ କିଏ ତୋଳେ ;

ବନ ଉପବନେ ଘୋର ନିକାଞ୍ଚନେ

ତା 'ପାଇଁ କିଏ ଜଳେ !!!


ସୃଷ୍ଟିର ବୈଚିତ୍ର୍ୟ ଅପୂର୍ବମହକ

ପ୍ରୀତିଫୁଲ ହୁଏ ଗେଲ ;

କୋମଳ ପରଶେ ସତେ ସିଏ ହସେ

ଆଉକେ ତା' ସମତୁଲ !!!

🏵🏵🏵🏵🏵🏵🏵🏵

ପ୍ରେମନିଦର୍ଶନ ଉଛୁଳା ଯୌବନ

ପ୍ରୀତିଫୁଲ ସଙ୍ଗେ ଭାବ ;

ସମର୍କର ଛିଟା ମିଳନରେ ଭଟ୍ଟା

କରେ ପ୍ରେମୀ ଅନୁଭବ !!!


ପ୍ରେମର କୁଟୀର ସୁନେଲି ସହର

ସବୁଠି କୁହୁକ ଫୁଲ ;

ପ୍ରେମ ପ୍ରେମୀ ଜାଣି ଯାଆନ୍ତିନି ଭୁଲି

କହିବାକୁ ପଦେ ଭଲ !!!

🌹🌹🌹🌹🌹🌹🌹🌹

ଆସପ୍ରିୟତମା କର ନାହିଁ ହେଳା

ପ୍ରୀତି ଫୁଲ ସାଉଁଟିବା ;

ଦୁନିଆଁ ଜାଣିବ କହାଣୀ ରଚିବ

ଆମ ନାଆଁ ଲେଖିଦବା !!!


ପ୍ରେମଗୀତି ଗାଇ ତୋଳିଦବା ଫୁଲ

ସରଗରୁ ପାରିଜାତ ,

ପ୍ରେମର ମନ୍ଦିର ସ୍ନେହଁର ଭଣ୍ଡାର ;

ଉପହାର ଦେବି ସତ !!!


ତୁମେ ମୋ'ପ୍ରେମର ସଜ ମଲ୍ଲୀଫୁଲ

ସାଇତି ରଖିବି ସାଥୀ ,

ଦୁନିଆଁ ଜାଣିବ ସଫଳ ପ୍ରେମୀକ

ଅଭୁଲା ତା' ପ୍ରେମ ସ୍ମୃ୍ତି !!!


ଆମଟିକି ବସା ହସିବ ସର୍ଵଦା

ପ୍ରେମର କୁହୁକ ମନ୍ତ୍ରେ ,

ପ୍ରେମ ବ୍ରତପାଳି ଦେବା ଆମେହସି

ଅଭିମତ ରଖି ଶାସ୍ତ୍ରେ !!!

@ @ @ @ @ @ @ @ @ @

ସଦାନନ୍ଦ ସାହୁ , ଆଠଗଡ , କଟକ ,


Rate this content
Log in

Similar oriya poem from Romance