ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
1 min
8.4K
ଅଶାର କୁସୁମ ନିତି ତୋଳି ପୂଜେ
ଅସରା ଲୁହକୁ ଦେଇ
ଖାଲି ପସରାରେ ଦିନ ବିତି ଯାଏ
ତୋର ନାମ ନେଇ ନେଇ,
ଆସରା ଯା ତୋର ଇସାରା କୁ ପ୍ରଭୁ
ବିଶ୍ୱାବସୁ ବିଶ୍ୱାସରେ
ନୀଳ ମାଧବର ପରିଚୟେ ମୋତେ
ଠକିବୁନି –ସଂସାରରେ,
ଅହୋ! ଦୀନ ନାଥ ଅନାଥର ନାଥ
ଏହି ଅଳି ଶ୍ରୀଛାମୁରେ
କରୁଣାରୁ ଉଣା ନକରିବୁ କେବେ
ଯିବି ଯେବେ ସ୍ୱର୍ଗଦ୍ୱାରେ .... ।।
ତପନ ଦୀକ୍ଷିତ(ବେଳାଭୂମି)
ନାଶିକେଶ୍ୱର, କାକଟପୁର, ପୁରୀ