Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Susmita Dash

Others

3  

Dr Susmita Dash

Others

ଗୁରୁକୃପା

ଗୁରୁକୃପା

1 min
6.9K


ପଥଭ୍ରାନ୍ତ ମଣିଷ କୁ ଦିଅ ଦିଗ୍ଦର୍ଶନ ....
ସମ୍ବେଦନଶୀଳ ସ୍ପର୍ଶରେ ତୁମରି,
ସମସ୍ତ ବେଦନାକୁ ପ୍ରଶମିତ କରି ,
ତମସାଚ୍ଛନ୍ନ ଖାତରୁ ଶିଷ୍ୟକୁ ଉଦ୍ଧାରି,
ଦୀପ୍ତିମନ୍ତ ରାସ୍ତା ରେ ପଥଚାରୀ
ହେଵାକୁ ଦିଅ ହେ ଆହ୍ୱାନ !
ଶୈଶବ, କୈଶୋର ଓ ଯୋୖଵନ ରେ....
ପିତା ମାତା ତୂଲ୍ୟ ତବ ଆକଟରେ,
ଈଶ୍ୱରଙ୍କ କୃପା ସମ କରୁଣା ସାଗରେ,
ପୂଜିବି ତୁମକୁ ଭାବେ କେଉଁ ରୂପରେ?
ଅନନ୍ୟ,ଅପରିମେୟ ତୁମ ପାଦତଳେ,
କରୁଛି ନିଜକୁ ସମର୍ପଣ ପୂର୍ଣ୍ଣ !
ଥାଉ ମୋ'ଠାରେ ସଦା ଗୁରୁଙ୍କ ଆଶିଷ,
କଟିଯାଉ ସେ ଆଶିଷେ ସବୁଯାକ ଦୋଷ,
ଲଙ୍ଘିଯିବି ପରାଜୟ ରଖି ଆପଣା ଵିଶ୍ଵାସ,

ନ ରହୁ କୈାଣସି ସନ୍ଦେହ ର ଅବକାଶ,

ଗୁରୁକୃପା ବଳେ ଛୁଇଁ ଜ୍ଞାନର ଆକାଶ,

ହେବି ମୁଁ ସଦା ପରିପୂର୍ଣ୍ଣ !

 


Rate this content
Log in