Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Others

2  

Sukanti Hotta

Others

କାଳିଆ

କାଳିଆ

1 min
2.6K


ମାଗିବି ମାଗିବି ବୋଲି ତୋ ପାଶେ ମୁଁ ଗଲି,

କଳା ମୁହଁ ଦେଖି କରି ସବୁ କିଛି ଭୁଲିଗଲି ।

କହିବାକୁ ଦୁଃଖ ମୋର ଯାଇଥିଲି ତୋ ପୟର,

ଦୁଃଖହରା ତୋତେ ଦେଖି ଭୁଲିଗଲି

ଦୁଃଖ ମୋର ।

କହୁଥିଲେ ସବୁ ଲୋକେ କପଟିଆ ତୁ ସତେ,

କପଟରେ ଭୁଲାଇଲୁ ମୂକ କରିଦେଇ ମୋତେ ।

ଜଗାଦିଆ ଜଗାଦିଆ ଦେବୁନାହିଁ ଦଗା ମୋତେ,

ଯେତେ ଦେଲେ ତୁ ଦଗା ଭୁଲିବିନି କେବେ ତୋତେ ।

କରିଦେବି ତୋତେ ମୋର ତୁ ମୋର ଆପଣାର,

ତୋର ନାମ ଗାଇଗାଇ କଟିଯାଉ ଦିନ ମୋର ।

ଝରୁଥିବ ଅଶ୍ରୁ ମୋର ଜପୁଥିବି ନାମ ତୋର,

କରିବୁନି ଜଗା ମୋତେ କେବେହେଲେ ସାତପର ।

ସୁକାନ୍ତି ହୋତା

ତାଳଚେର


Rate this content
Log in