Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ରୁଣୁଝୁଣୁ ବୃଷ୍ଟିପାତ

ରୁଣୁଝୁଣୁ ବୃଷ୍ଟିପାତ

1 min
185



ପ୍ରଚଣ୍ଡ ଗ୍ରୀଷ୍ମ ଉତ୍ପାତ ର ଏହା କି ନିଃସହାୟ ପରିସ୍ଥିତି,

ଉତ୍ତାପ ଉତ୍ପୀଡ଼ନ ରୁ ଅସ୍ଥିର ହେଲାଣି ଜନଙ୍କ ମତିଗତି,

ମୌସୁମୀଙ୍କ ଉପସ୍ଥିତି ରୁ ସମାଧାନ ପାଇବ ଦୁର୍ଦ୍ଦାନ୍ତ ସ୍ଥିତି,

ଗାଉଛୁ ଏବେ ବର୍ଷା ରାଣୀଙ୍କ ପାଇଁ ଭାବପୂର୍ଣ୍ଣ ଭକ୍ତି ଗୀତି |୧|


କେବେ ଯେ ଆସିବେ ମାଆ ବର୍ଷା ରାଣୀ,

କେବେ ଯେ ଦେବେ ଆମକୁ ଅପାର ପାଣି,

ଘନଘନ ଘନାଘନ ର ବିନ୍ଦୁ ଯେ ମହିତ ମଣି,

ତାଙ୍କ ଲାବଣ୍ୟ ଲାସ୍ୟ ବାଣୀ ପ୍ରତି ହେଲାଣି ଚାହାଣି |୨|


ପ୍ରକୃତି ର ବିଶିଷ୍ଟ ବରଦାନ ହେଉଛି ମୌସୁମୀ ବାୟୁପ୍ରବାହ,

ଅମୁଲ୍ୟ ଯେ ଭାରତ ମହାସାଗରୀୟ ବର୍ଷାବାହୀ ବାୟୁପ୍ରବାହ,

ଅସହନୀୟ ବେଦନା ଦେଉଛି ମୌସୁମୀଙ୍କ ଅଭାବ ରୋଷ ବିରହ,

ତାଙ୍କ ବିନା ହୋଇ ଯିବ ଜନସାଧାରଣଙ୍କ ଜୀବନ ନିସ୍ତେଜ ନିସ୍ପୃହ |୩|


ମୌସୁମୀ କରିଲେ ରିମଝିମ ରୁଣୁଝୁଣୁ ବୃଷ୍ଟିପାତ,

ଶିଥିଳ ବସୁନ୍ଧରା ଶୀତଳ ହେଲେ ପାଇ ଧାରାପାତ,

ଦୂରେଇ ହେଲା ଅସହନୀୟ ଉଷ୍ମ ର ଅନନ୍ତ ଆଘାତ,

ବିଶୁଦ୍ଧ ବାୟୁମଣ୍ଡଳ ବନ ରେ ସୁନ୍ଦର ଲାଗିଲା ସୁପ୍ରଭାତ |୪|


Rate this content
Log in