Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

JitendraNath Gahir

Others

2  

JitendraNath Gahir

Others

ସ୍ମୃତି ଏକ ରୂପାଜହ୍ନ

ସ୍ମୃତି ଏକ ରୂପାଜହ୍ନ

1 min
7.0K


ଅତୀତର ସ୍ମୃତି ସବୁ ଆଜି

ବଞ୍ଚିବାର ରାହା ହୋଇ

ବାଟଭୁଲା ପଥିକ ହୃଦୟେ

ଆଣି ଦିଏ ହସର ଫଗୁଣ,

ଛନ୍ଦମୟ ଗୀତି ପରି ନିରୋଳାରେ ସତେ

ଗୋପନରେ ବନ୍ଧା ପଡେ

ମନପାଖେ ତାର

ସାଥୀ ହୋଇ ସ୍ମୃତି ଚିରଦିନ ।

ପାଉଁଶ ତଳର ନିଆଁ ଭଳି

ଅକସ୍ମାତ ଜଳି ଉଠେ ସ୍ମୃତି

ହୃଦୟର ନିବୁଜ କୋଣରେ

ଧକ୍ ଧକ୍ କରି ସେ ସ୍ପନ୍ଦନ,

ସେତେବେଳେ ମନେଭରେ ଅସୀମ ଶକତି

ପରାଜିତ ପଥିକ ହିଆରେ

ତେଣୁ

ବୀରଦର୍ପେ ଲଙ୍ଘି ଯାଏ ବନ୍ଧୁର ପଥକୁ

ସ୍ମୃତି କୁ ସେ କରି ରୂପାଜହ୍ନ ।


Rate this content
Log in