Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା- ୧୧୮

ଜୀବନ ଗୀତା- ୧୧୮

1 min
6.9K


ଜୀବନ ଗୀତା- ୧୧୮

ବାଳୁତ ବେଳର ଜୀବନକୁ ଝୁରି
ହୁଅନ୍ତି ସରବେ କି ନର କି ନାରୀ ॥୦॥

ପିଲାଦିନ କଥା ଭାବିଦେଲେ ଥରେ
ଆନନ୍ଦରେ ମନ ଝଲମଲ କରେ
ରଫ୍ ଖାତା ଚିରି ବରଷା ପାଣିରେ
କାଗଜର ଡଙ୍ଗା ଭସାଇଲାବେଳେ
ଯେଉଁ ଖୁସିଭାବ ଏବେତ ଅଭାବ
ଜିଉଁଥାନ୍ତି ଖାଲି ପଛକଥା ସ୍ମରି ॥୦॥

ସାଧବ ବୋହୂର ଥିରିଥିରି ଚାଲି
ରଜ ପରବର ଆମ୍ବଡାଳେ ଦୋଳି
ମେଲଣ ପଡିଆଠାରେ ପଞ୍ଚୁଦୋଳ
ଭାରି ଭଲ ଲାଗୁଥିଲା ହୋଲିଖେଳ
ଗାଁ ରଜଦୋଳ ହେଉକି ଜନ୍ତାଳ
ଭାଇଚାରା ନାହିଁ ଆଉ ଆଗପରି ॥୨॥


Rate this content
Log in