Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Disambar Meher

Others

4.3  

Disambar Meher

Others

ବସନ୍ତେ ତୁମେ

ବସନ୍ତେ ତୁମେ

1 min
268


ବସନ୍ତେ ତୁମେ

.........................

ମୁଁ ଚାଲୁଥିଲି ରାସ୍ତାରେ

ତୁମେ ଚାଲୁଥିଲ ରାସ୍ତାରେ

ଛୁଇଁ ଗଲା ତୁମ ଓଢଣୀ

ସିହରୀ ଉଠିଲା ଛାତିରେ ।

ମଳୟ ପବନ ବହୁଛି କୁଆଡ

ଉଡୁଛି ତୁମ କୃଷ୍ଣ କେଶ

ଆଖି ସାଙ୍ଗେ ଆଖିର ମିଳନ

ଢାଲିଦେଲ ମୃଦୁ ଭରା ହସ ।

ପ୍ରତି ମୂହୁର୍ତ୍ତେ ତୁମରି ଛବି

ହୃଦୟକୁ ଦେଉଛି ହାଣି ।

ବାଃ କି ରୂପ ଚାହାଣୀ

ପ୍ରେମ ରାଇଜେ ନୂଆରଙ୍ଗ ଦେଲା ଆଣି ।

ରାତି ଅଧରେ ଭାବିଲି

ଜହ୍ନ ଆଲୁଆରେ ବସି

ଲେଖିଲି ପ୍ରେମର କବିତା

ଫଗୁଣ ଫଗୁରେ ଭାସି ।

ବଉଲ ର ବାସନା

କଲା ମତେ ଆକର୍ଷିତ

କୋଇଲି ସୁରେ ତୁମେ

ଗାଇଦେଲ ପ୍ରେମର ଗୀତ ।

ତୁମେ ହିଁ ତ ମିତ

ତୁମେ ହିଁ ତ ବସନ୍ତ

ଗାଇ ଦେଲ ପ୍ରେମର ଗିତ

ଗାଇ ଦେଲ ହୃଦୟ ଗୀତ ।



ଡିସମ୍ୱର ମେହେର

ନୂଆପଡା


Rate this content
Log in