Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Raja Sekhar CH V

Others

3  

Raja Sekhar CH V

Others

ଦୁଇ ଟୋପା ଲୋତକ

ଦୁଇ ଟୋପା ଲୋତକ

1 min
93



ସୁଖ ଦୁଃଖରେ ଅଟକନ୍ତି ନାହିଁ ଆଖିରୁ ଲୁହ,

ବେଳେ ବେଳେ ଏମିତି ହିଁ ବହି ଯାଆନ୍ତି ଆଖିରୁ ଲୁହ |୧|


ନିକଟତମ ବ୍ୟକ୍ତି ମନେ ପଡିଲେ ଭସାନ୍ତି ଲୋତକ,

ସଦା ଗୋଟାଏ କଥାରେ ଦୁଃଖିତ ରହିବା ବହୁ ଘାତକ |୨|


ନାରୀର ଯଦି ହୁଏ ସମାଜ ରେ ଅପମାନ,

ଦୁଇ ଟୋପା ଲୁହ ନୁହେଁ ଏହି ସମସ୍ୟାର ସମାଧାନ |୩|


ମହାସତୀ ସୀତା ମହାରାଣୀ ଦ୍ରୌପଦୀଙ୍କ ଆଖିରୁ ବାହାରିଲା ଲୁହ,

ରାବଣ ଦୁର୍ଯୋଧନ ନିଜ ସର୍ବନାଶରୁ ହେଲେ ନିଃସହାୟ ନିଃସ୍ପୃହ |୪|


ପୁଣ୍ୟାତ୍ମା ପାଇଁ ସଦା ଝରିବା ଦୁଇ ଟୋପା ଲୋତକ,

ତାଙ୍କ ପୁଣ୍ୟ କର୍ମ ସର୍ବଦା ରହିବ ପ୍ରେରଣାଦାୟକ |୫|


Rate this content
Log in