Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

0.2  

Prasanna Kumar Madala

Others

ଆଆଲୋ ଖେଳିବା ହୋଲି

ଆଆଲୋ ଖେଳିବା ହୋଲି

1 min
167


● ଆଆଲୋ ଖେଳିବା ହୋଲି


ହେବୁନି ଅମଙ୍ଗ ଏମିତିକା ରଙ୍ଗ

ଆଣିଛି ଶ୍ରୀରାଧା ପାଦୁ

ଆଜି ଲୋ ସୁନ୍ଦରୀ ବୋଳିଦେବି ଧରି

ଦେହେ ଖେଳିଯିବ ଯାଦୁ ।

ଆଢୁଆଳେ ରଖି ସାଇତିଛୁ ସଖୀ

ରୂପ ଅନ୍ତରୀକ୍ଷ ଭଳି

ଝଲସିବ ଆସି ଦୋଳେ ପୂର୍ଣ୍ଣମାସୀ

ଦିହୁଡି ସମାନ ଜଳି ।

ଉତ୍ତାରି ପଲକ ପାଇଲେ ଝଲକ

ଚିତ୍ରିତ ଆକାଶ ପରି

ରଙ୍ଗେଇ ତୋ ତନୁ ବିନ୍ଧିବି ଅତନୁ

ନାରାଚ ଆଶ୍ଳେଷି ଧରି ।

ଭିଜିଗଲେ ଲାଜେ ଭାରି ଭଲ ସାଜେ

ତୋ' ଦୁଇ ଫୁଲୁକା ଗାଲ

ଭରିଲେ ଅବିର ପୂରିବ ଗଭୀର

ଫୁଟିଲା ଭଉଁରୀ ଖାଲ ।

ସଖୀଙ୍କ ସଙ୍ଗରେ ପଳାସ ରଙ୍ଗରେ

ଦୁହେଁ ହେବା ବୋଳାବୋଳି

ସମ୍ପର୍କର ସେତୁ ରହିଥାଉ ହେତୁ

ଆଆଲୋ ଖେଳିବା ହୋଲି ।


ପ୍ରସନ୍ନ କୁମାର ମାଦଳା



Rate this content
Log in