ମାଆ
ମାଆ
ହାତ ଧରି ତୋର ଚାଲିବା ଶିଖିଛି
ତୋ ଠାରୁ ଶିଖିଛି କଥା
ତୋହରି କୋଳରେ ବଡ ମୁଁ ହୋଇଛି
ତୁ ମୋର ଜନମ ଦାତା ।
ମମତା ବୋଳା ତୋ ପଣତ କାନିଟା
ଅଟଇ ମୋ ପାଇଁ ଘର
ପଣତ ତଳେ ତୋ ମଣିଷ ହୋଇଛି
ସେହି ତ ସରଗପୁର ।
ଜହ୍ନ ମାମୁଁ ଗପ କେତେତୁ କହିଛୁ
ଅଝଟ ହୋଇଲେ ମୁହିଁ
ଧୋଓରେ ବଇଆ ଗୀତ ଗାଇ ପୁଣି
ମୋତେ ତୁ ଦେଉ ଲୋ ଶୋଇ ।
କାହାର ନଜର ଲାଗିଯିବ ବୋଲି
ଲଗାଉ କଜଳ ଟିକା
ତୋହରି ସମାନ ହେବେ ନାହିଁ କେହି
ମହାନ ଅଟୁ ତୁ ଏକା ।
ଝାଡ଼ି ତୁ ଦେଇଛୁ ବାଲି ଧୂଳି କେତେ
ପଣତକାନିରେ ତୋର
ଦୁନିଆଁର ସବୁ ସୁଖ ମିଳିଯାଏ
ପାଖରେ ଥିଲେ ତୁ ମୋର ।