Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mamatamanjari Das

Inspirational Fantasy

3  

Mamatamanjari Das

Inspirational Fantasy

ଚିଠି ଆସିଛି ମୋ ନୀଳ କନ୍ଦରୁ

ଚିଠି ଆସିଛି ମୋ ନୀଳ କନ୍ଦରୁ

8 mins
6.4K


ଚିଠି ଆସିଛି ମୋ ନୀଳ କନ୍ଦରରୁ

ଲେଖିଛନ୍ତି ଭାବଗ୍ରାହୀ ଦୁଃଖ।

ସିଏ ମୋର ସହିି ପାରିଲେନି

ଚିଠିଟେ ଦେଲେ ପଠାଇ |

ଚିଠି ଲେଖିିିିଛନ୍ତି ଯିିିବା ପାଇଁ ମୋତେ

ତାଙ୍କ ସେ ସରଗ ଧାମ

ବରଷକେ ଥରେ ଦେଖା ଦେବେ

ମୋତେ ସେଇ ପୂଣ୍ୟ ଦାରୁ ବ୍ରହ୍ମ |

ସଜାଅ ସଜାଅ ମିତଣୀ ମାଉଷୀ

ସବାରୀଟିକୁ ଗୋ ମୋର ଫୁଲ ଅବିିିରରେ

ସଜାଇ ଦିିିଅ ଗୋ ଯିବି ମୁଁ ସରଗଦ୍ୱାର |

ହଳଦୀ ପାଣିିରେ ଗାଧୋଇ ଦିଅ ଗୋ

ଅଳିିିତା ଦିଅ ଲଗାାଇ

ନୂଆ ଶାଢ଼ୀ ଖଣ୍ଡେ ପିନ୍ଧାଇ ଦିିିଅଗୋ

ଦେଖିବେ ମୋ ଭାବଗ୍ରାହୀ |

ମହ ମହ ବାସୁ ସବାରୀଟି ମୋର

ଯିବ ସେ ନୀଳ କନ୍ଦର

ସରଗ ଦୂଆରେ ଅପେକ୍ଷା ରତ

ସେ କଳା କାହ୍ନୁ ମୋର |

ବହୁଦିନ ଇଛା ପୂରଣ ହେବ

ମୋ ନୀଳ କନ୍ଦରକୁ ଦେଖିଏ

ଦେହ ଦେଉଳରୁ ଆତ୍ମା ଯାଇଛି

ଶରୀରଟା ଅଛି ବାକି |

ଶରୀରଟା ଯେବେ ଲୀନ ହୋଇଯିବ

ତାଙ୍କ ସେ ପୂଣ୍ୟ ଦୁଆରେ ଆତ୍ମା

ପକ୍ଷୀ ମୋର ମୋକ୍ଷ ପାଇଯାଇ

ଚାଲିଯିବ ନୀଳ କନ୍ଦରେ |

◆◆ମମତା ମଞ୍ଜରୀ ଦାସ◆◆କଟକ◆◆


Rate this content
Log in