Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୪୧୨

ଜୀବନ ଗୀତା-୪୧୨

1 min
284


ଜୀବନଟା କାର କୋଳାହଳପୂର୍ଣ୍ଣ

କାହାର ନିରୋଳା ଲଗ୍ନ

କିଏ ଦେଖୁଥାଏ ନିଦରେ ସପନ

କିଏ ପୁଣି ନିଦ୍ରାହୀନ ॥୦॥

ଆଖିରେ କାହାର

ଆଖିଏ ଉଦାସ

ଓଠରେ କାହାର

ମଲ୍ଲୀଫୁଲ ହସ

ଗେଲବସରରେ କଟେ କାର ଦିନ

କିଏ ପୁଣି ହୀନିମାନ ॥୧॥

ଅନ୍ତରେ କାହାର

ହଳାହଳ ବିଷ

କଥାରେ କାହାର

ଝରଇ ପୀୟୂଷ

କିଏ ବସିଥାଏ ତଳ ପାହାଚରେ

କିଏ ପାଏ ଉଚ୍ଚାସନ ॥୨॥


Rate this content
Log in