Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

4.2  

Sadananda Sahoo

Others

ଆହେ ମତଦାତା

ଆହେ ମତଦାତା

1 min
279



ବିଶାଳ ଭାରତେ ଗଣତନ୍ତ୍ର ଭାସେ 

  ଶାସନର ମହାମନ୍ତ୍ରେ , 

ସଚେତନ ଧର୍ମୀ ନାଗରିକ କର୍ମୀ 

  ରୁଚିରଖ  ନୀତିଶାସ୍ତ୍ରେ  ।


ଶାସନର ଭାର  କରହେ ଅର୍ପଣ 

    ବିଚାର ବିମର୍ଷ କରି , 

ନିର୍ବାଚନ ଅଙ୍କ  ଜଟିଳ ଗଣିତ 

   ମୂଳସୁତ୍ର  ରଖ ଧରି  ।  


ମତ ଅଧିକାର ସାବ୍ୟସ୍ତେ ସରାଗ 

    ଅଙ୍ଗୁଳି ନିର୍ଦ୍ଦେଶେ ଫଳ , 

ଲୋକପ୍ରତିନିଧି ଦେଵା ଆମ୍ଭେ ବାଛି 

    ଚାଲିବ ସାଶନ କଳ  ।  


ସୁଯୋଗ୍ୟ ବ୍ୟକ୍ତିକୁ ରାଜା କରିବାକୁ 

   କରିବାନି କେବେ ହେଳା , 

ଜାତି ଧର୍ମ ବର୍ଣ୍ଣ  ନୁହେଁ ସମୀଚିନ

   ଜଳାଅନି   ହିଂସାଜ୍ଜ୍ଵଳା  ।  


ଜାଗ ଆହେ' ଜନ ନିର୍ବାଚନ ଧନ 

     ଅଧିକାର ସାବ୍ୟସ୍ତରେ , 

ରାଜନୀତି ଭାଗ କର ଉପଭୋଗ 

   ନାଗରିକ ଯୋଗ୍ୟତାରେ  ।  


ସୁନାଗରିକ  ଦେଶର ସମ୍ପଦ 

    ଗଣତନ୍ତ୍ର   ଅଭିମୁଖି , 

ବିରତ ହୁଏନି ହୁଏ ଅଂଶୀଦାରି 

   ନିର୍ବାଚନେ  ଛାପରଖି  ।  


ସଚେତନ ଧର୍ମୀ ନାଗରିକ କର୍ମୀ 

    ଦେଶର ପ୍ରଚଣ୍ଡ ଶକ୍ତି , 

ଶାସନ ଶାସକ ସଭିଙ୍କ ମାଣିକ 

   ଅଜାଡନ୍ତି ପ୍ରିତୀ ଭକ୍ତି  ।  


 ସର୍ବେଜନେ ଦେଖ ଅଙ୍ଗୁଳିକୁ ମୋର 

   ଲାଗିଛି ନିଆରା କାଳି , 

ପ୍ରତୀକ ସନ୍ତକ ନିର୍ବାଚନ ରଙ୍ଗ 

  ସରାଗେ ଦେଇଛି ବୋଳି  ।  


ଭୋଟ ଖଣ୍ଡିଏ ଦାନ କରିବାରେ 

    କୁଣ୍ଠାବୋଧ କର ନାହିଁ , 

ଦେଶର ଶାସନ କରୁ ଯୋଗ୍ୟବର 

    ଉଚ୍ଚସ୍ଵରେ   ଦିଅକହି  ।  


ନୈତିକ ପୋଷଣ  ନାଗରିକ ଧର୍ମ 

     କର୍ତ୍ତବ୍ୟର  ଆଭୂଷଣ , 

ଔଜ୍ଜଲ୍ୟ ରୋଶନୀ ଢାଳେ ବିଭାବରୀ 

    ଗଣତନ୍ତ୍ର  ବିଭୂଷଣ  ।  



Rate this content
Log in