Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Niranjan Sahu

Others

2  

Niranjan Sahu

Others

ଶୂନ୍ୟ

ଶୂନ୍ୟ

1 min
116



ମଶାଣି ରେ ଯାଇ ମୁଁ ପରଖିଲି        

         ଦେଖିଲି ସେଠାରେ ସିନ୍ଧୁକ ନାହିଁ

ନଖାଇ ନପିଇ ଧନ ସଞ୍ଚୁ ଅଛୁ

            ଭାବୁଛି କେଉଁଠି ରଖିବୁ ନେଇ ।


ସମାଧି ଭିତରେ ଖୋଜିଲି ମୁ ଯାଇ

           ଆଲମାରି ଗୋଟେ ପାଇଲି ନାହିଁ

ଧନ ଧନ ବୋଲି ଛଟପଟ ହେଉ

          ଧନ କେଉଁଠି ତୁ ରଖିବୁ ନେଇ ।


କୋକେଇ ରେ ଥିଲୁ ଧଳାକପଡ଼ାରେ

          ଖୋଜିଲି ପକେଟ ପାଇଲି ନାହିଁ

ମୁଁ ଚିନ୍ତା କରୁଛି ଅରଜିବା ଧନ

          କେମିତି ସାଥିରେ ନେବୁ ଯେ ତୁହି ।


ଧନ ଧନ ବୋଲି ଜୀବନଟା ଗଲା

         ଭଲରେ ମୁଠାଟେ ଖାଇଲୁ ନାହିଁ

ଏଇ ଦୁନିଆରେ ରାମନାମ ସତ୍ୟ

          ବଞ୍ଚିଥିବା ବେଳେ ବୁଝିଲୁ ନାହିଁ ।


ଛ ଖଣ୍ଡ କାଠରେ ଯେବେ ଯାତ୍ରା କଲୁ

          ଚିତ ହୋଇ ଶୋଇ ଶୂନ୍ୟ କୁ ଚାହିଁ

ରାମ ନାମ ସତ୍ୟ ଏ ସତ କଥାକୁ

          ତୋ କାନରେ ଦେଲେ ମନେପକାଇ ।


ନା ଶୁଣି ପାରୁଥିଲୁ,ନା ବୁଝି ପାରୁଥିଲୁ

          ନା ଦେଖି ପାରୁଥିଲୁ ଶୂନ୍ୟ କୁ ଚାହିଁ

ଶୂନ୍ୟରୁ ଆସି ମାୟାରେ ବଞ୍ଚି

         ଶୂନ୍ୟରେ ପୁଣି ଗଲୁ ମିଳେଇ ।


Rate this content
Log in