ନାଉରିଆ ରେ...
ନାଉରିଆ ରେ...
ନାଉରିଆ ରେ...
ଆଭାକାନ୍ତ ମହାନ୍ତି
ନାଉରିଆ ରେ...
ନାଆ ବେଗି ବେଗି ବାହା,
ଘୋଟିବ ଅନ୍ଧାର ଜାଣିହେବନାହିଁ
ଘର ଫେରିବାର ରାହା । ୦ ।
ଗଲା ଘମାଘୋଟେ ଫାଟିଛି ଅଝାଲ
ଏ ଯାଏଁ ଦେଲୁନି ନିଘା,
ବାହୁବଳେ ବାଟ ବନାଇ ଭୁଲିଲୁ
ବଳ ଦିନେ ଦେବ ଦଗା,
ଝରିଲେ ବରଷା ଝୁରିହେବୁ କହି
ଉହୁଃଆହାଃ ଚୁଉଚାଆ । ୧ ।
ବେଳସୁ ରେ ବଳ ସଞ୍ଚି ରଖିଲୁନି
ହେଲାଣି ବହୁତ ଡେରି,
ମନ ଛନ୍ନଛନ୍ନ ଚିତ୍ତ କନକନ
ବାଟ ଜଗିଛି ବଇରୀ,
ଏବେ ଚିତ୍ତେ ବସା ଚକାଡୋଳାଙ୍କୁ ରେ
ତୋ ଚେତାକୁ ହେବେ ସାହା । ୨ ।
ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****