Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ନାଉରିଆ ରେ...

ନାଉରିଆ ରେ...

1 min
13.2K


ନାଉରିଆ ରେ...

 

ଆଭାକାନ୍ତ ମହାନ୍ତି

 

       ନାଉରିଆ ରେ...

       ନାଆ ବେଗି ବେଗି ବାହା,

ଘୋଟିବ ଅନ୍ଧାର          ଜାଣିହେବନାହିଁ

       ଘର ଫେରିବାର ରାହା । ୦ ।

 

ଗଲା ଘମାଘୋଟେ       ଫାଟିଛି ଅଝାଲ

       ଏ ଯାଏଁ ଦେଲୁନି ନିଘା,

ବାହୁବଳେ ବାଟ           ବନାଇ ଭୁଲିଲୁ

       ବଳ ଦିନେ ଦେବ ଦଗା,

ଝରିଲେ ବରଷା           ଝୁରିହେବୁ କହି

       ଉହୁଃଆହାଃ ଚୁଉଚାଆ । ୧ ।

 

ବେଳସୁ ରେ ବଳ         ସଞ୍ଚି ରଖିଲୁନି

       ହେଲାଣି ବହୁତ ଡେରି,

ମନ ଛନ୍ନଛନ୍ନ              ଚିତ୍ତ କନକନ

       ବାଟ ଜଗିଛି ବଇରୀ,

ଏବେ ଚିତ୍ତେ ବସା        ଚକାଡୋଳାଙ୍କୁ ରେ

       ତୋ ଚେତାକୁ ହେବେ ସାହା । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in