Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ଦୂର ଦିଗଛୁଆଁ ସାହାରା ମରୁରେ

ଦୂର ଦିଗଛୁଆଁ ସାହାରା ମରୁରେ

1 min
13.6K


ଦୂର ଦିଗଛୁଆଁ ସାହାରା ମରୁରେ

 

ଆଭାକାନ୍ତ ମହାନ୍ତି

 

ଦୂର ଦିଗଛୁଆଁ ସାହାରା ମରୁରେ

       ମୁହିଁ ଜ୍ୟାମିତିକ ବିନ୍ଦୁ,

ଆଖିହଜା ସେଇ ନୀଳ ଆକାଶରେ

       ତୁମେ ଗୋ ପୂର୍ଣ୍ଣିମା ଇନ୍ଦୁ । ୦ ।

 

ବାଲିଝଡ଼ ଉଠେ ଯେବେ ମୋ ଜୀବନେ

       ତୁମେ ତା ଜାଣନା କିଛି,

ତାରକା ଗହନେ ହସି ଖିଲିଖିଲି

       ଜୋଛନା ଦିଅ ଗୋ ବିଞ୍ଚି,

ବାଲିଶେଜ ପରେ ଶୋଇ ଶୋଇ ମୁହିଁ

       ପିଏ ସେ ଅମୃତ ସିନ୍ଧୁ । ୧ ।

 

ନିଃସଙ୍ଗ ଜୀବନେ ଛାଇ ଟିକେ ଖୋଜି

       ହୁଏ ମୁଁ ଯେବେ ହାଲିଆ,

ଶୁଏ ମୁଁ ଜୋଛନା-ପଖଳା ଅଙ୍ଗରେ

       ବାଜିଲେ ଶୀତଳ ବାଆ,

ସପନ ଦେଖେ ମୁଁ ଖସିପାରୁନାହିଁ

       ଏକ ଅଲିଅଳି ଫାନ୍ଦୁ । ୨ ।

 

ବହୁଦୂରେ ତୁମେ ଅଛ ଗୋ ଚନ୍ଦ୍ରମା

       ଜାଣି ତ ପାରୁଛ ସବୁ,

କହି କି ପାରିବ ଗୋପନେ କିଏସେ

       କରିଅଛି ମୋତେ କାବୁ,

କାହାକୁ ପାଥେୟ କରି ପାରିହେବି

       ଦିଗହଜା ବାଲିସିନ୍ଧୁ ? । ୩ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in