Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanta kumar Hota

Others

3  

Prasanta kumar Hota

Others

ହେ ଚକାନୟନ

ହେ ଚକାନୟନ

1 min
168


ନୀଳାଚଳ ନାଥ ହେ ଚକାନୟନ

ଦୁଃଖୀ ପରିତ୍ରାଣ ହେ ଦୁଃଖ ନାଶନ

କରୁଛି ପ୍ରଣତି ହେବି ମୁଁ ଭାଜନ

ଭକତି ଭାବରେ ଭରିବି ନିକ୍ଵଣ ।

ମାଗୁଛି ଏତିକି ମୋତେ ତୁ ଦେଖିବୁ

ମୁଁ ତୋତେ ଦେଖିବି ମନେ ଭାବୁଥିବୁ

ଭାବେ ଭାବ ରଖି ଭାବରେ ଭାସିବି

ତୋ ପାଦ ପଦ୍ମରେ ସଦା ରହିଥିବି ।

ତୋ ଫୁଲ ତୁଳସୀ ତୋତେ ଦେବି ବୋଲି

ସରାଗେ ସଜାଇ ମନ୍ଦିରେ ରଖିବି

ଆଶା ଏତେ ଟିକେ କରୁଛି କରିବି

ତୋଛଡା ତୁଳସୀ ପାଇ ଧନ୍ୟ ହେବି ।

ରୁଚି ନାହିଁ କିଛି ପ୍ରସାଦ ଖୋଜୁଛି

ତୋତେ ଦିଆ ଅନ୍ନ ଅଭଡା ମାଗୁଛି

ତୋ ପାଖେ ତୋହରି ଭୋଗ ହେଉ ଥାଇ

ସେ ଭୋଗ ଆଶାରେ ରହିଛି ଆନାଇ ।


Rate this content
Log in