ଜୀବନ ଗୀତା- ୬୪
ଏଇତ ଜୀବନ.......
ସଞ୍ଜିବନୀ ସୁଧା ଝାରେ ସୂରଜ କିରଣ
ଭାସିଆସେ ମନ୍ଦିରରୁ ଭଜନକୀର୍ତ୍ତନ ॥୦॥
ଶୁଭଶଙ୍ଖ ଶୁଭିଯାଏ ମନ୍ଦିର ପ୍ରାଙ୍ଗଣୁ
କୁନିପୁଅ କାନ୍ଦ ଶୁଭେ ଘରର ଅଙ୍ଗନୁ
ଦୁଇ ସୂର ମିଶି ମନେ ଭରେ ଖୁସି
ନୂତନ ସକାଳୁ ହସି ଉଠଇ ଜୀବନ ॥୧॥
ଚଉରାରେ ପାଣିଦିଏ କୂଳ ଭୁଆସୁଣୀ
ମୁନା ଧାଏଁ ଚାହାଳିକୁ ଧରି ବହିମୁଣି
ସକାଳର ଶୁଭକ୍ଷଣ ଦିଅଇ ଆହ୍ୱାନ ॥୨॥
ମନେ ଭରିଯାଏ ବାଜି ଜିତିବାର ଦମ୍ଭ
ଆଜି ଜିତେ କାଲି ହାରେ ଏଇ ତ ବିଧାନ ॥୩॥