ଜୀବନ ଗୀତା-୧୪୨
ଜୀବନ ଗୀତା-୧୪୨
1 min
14K
ଜୀବନ ଗୀତା-୧୪୨
ଗୀତା ଷଡ଼ଙ୍ଗୀ
ଜୀବନରେ ଝୁଣ୍ଟିନାହିଁ
ଏମିତି କେ' ଅଛି କୁହ
ଝୁଣ୍ଟି ପୁଣି ଉଠିନାହିଁ
ଏମିତି ତ ମୋଟେ ନୁହଁ ॥୦॥
ଜୀବନପଥରେ କେତେ ଖାଲଢିପ
ଚାଲୁଚାଲୁ କେବେ ଝୁଣ୍ଟିବାକୁ ହୁଏ
ଝୁଣ୍ଟିପଡୁପଡୁ ଉଠିଯାଏ ଯିଏ
ମଣିଷ ଭିତରେ ଗଣାହୁଏ ସିଏ
ଝୁଣ୍ଟିବା ପଡ଼ିବା, ପଡ଼ିକି ଉଠିବା
ସତ ଇଏ, ମିଛ ନୁହଁ ॥୧॥
ଦୁନିଆଦାଣ୍ଡରେ ଚାଲନ୍ତି ସଭିଏଁ
କିଏ ଧୀରେ ଚାଲେ, କିଏ ଧାଉଁଥାଏ
ପାଦ ଖସୁଖସୁ ସାବଧାନ ଯିଏ
ନିଜକୁ ସଂଭାଳି ରହିଯାଏ ସିଏ
ଚାଲିବା ଧାଇଁବା, ଧାଇଁକି ପଡ଼ିବା
ନିତି ଘଟେ ଶହଶହ ॥୨॥
*****