Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୩୦୦

ଜୀବନ ଗୀତା-୩୦୦

1 min
141


ଜୀବନରେ ଯଦି ଉତ୍ତେଜନା ନାହିଁ

ନାହିଁବି ପାଗଳପଣ

ସେ ଜୀବନ ସିନା ଶିଥିଳ ସଂକୀର୍ଣ୍ଣ

ନଥାଏ ତାହାର ଟାଣ ॥୦॥

ଜୀବନର ସବୁ ଅସଙ୍ଗତିକୁ

ଆପଣେଇ ନିଏ ଯିଏ

ତାହାଠାରୁ ବଳି ବୀର ବା ଆଉ

ପୃଥିବୀରେ ଅଛି କିଏ

ଜୀବନରେ ଯଦି ଉଦ୍ଦୀପନା ନାହିଁ

କିଛିବି ନଥାଏ ଜାଣ ॥୧॥

ଜୀବନର ଯେତେକ ଉପଭୋଗ୍ୟ

ଉପଭୋଗ କରେ ଯିଏ

ପୃଥିବୀର ସବୁ ସୌନ୍ଦର୍ଯ୍ୟ ବସ୍ତୁ

ପାଇପାରେ ସିନା ସିଏ

ଜୀବନରେ ଯଦି କଉତୁକ ନାହିଁ

ଜୀବନ ନୁହେଁ ରଂଗୀନ ॥୨॥




Rate this content
Log in