Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Others

3  

Mamatamanjari Das

Others

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

1 min
6.7K


ପ୍ରଥମ ପ୍ରେମଟା ମାଆର ଚୁମ୍ବନ

ବାପାଙ୍କର ଆଲିଙ୍ଗନ

ବାପାଙ୍କ ଗାଳିଟା ଦାଣ୍ଡ ଧୂଳି ପରି

ମାଆ ଗାଳି ବାସେ ଚନ୍ଦନ ।

ବାପା ହେଉଛନ୍ତି ଆକାଶର ତାରା

ମାଆ ଘର କୋଣ ଦୀପ

ବାପା ବାଣ୍ଟିଥାନ୍ତି ଆଲୋକ ଆମକୁ

ମାଆ ବାଣ୍ଟିଥାଏ ସୁଖ ।

ଦେହ ଯଦି ଟିକେ ଖରାପ ହୁଅଇ

ମାଆ ପାଖେ ଜଗି ବସେ

ଘର ଅଗଣାରେ ଏପଟୁ ସେପଟ

ବାପା ବୁଲୁଥାନ୍ତି ଦୁଃଖେ ।

ବାପା ମାଆ ଯେଉଁ ଅକ୍ଷର ଯୁଗଳ

ଶଦ୍ଦରେ ସେ ବନ୍ଧା ନୁହେଁ

ଜନମରୁ ଜୁଇ ସନ୍ତାନର ଭାଗ୍ୟ

ସେ ଶଦ୍ଦରେ ବନ୍ଧା ଥାଏ ।

ମାଆ ସିନା ଆମ ଘର କୋଣେ ଥାଏ

ତା' ପ୍ରେମ ଦୀଗନ୍ତ ବ୍ୟାପି

ଆମର ଟିକିଏ ଶୁଖ ଶାନ୍ତି ପାଇଁ

ଓଷା ବ୍ରତ ତା'ର ,,

ଉଜାଗରେ ଜାଳେ ବତୀ ।

ମଣିଷ ଜୀବନ ଷୋଳଟି ଶାସନ

ଗୋଟେ ତାଙ୍କଠାରୁ ଆମେ ପାଉ

ତାଙ୍କ ପ୍ରେମ ଠାରୁ ଅମୂଲ୍ୟ ଦରବ

ନାହିଁ ବୋଧେ କିଛି ଆଉ ।

***ମମତା ମଞ୍ଜରୀ ଦାସ ,କଟକ***


Rate this content
Log in