Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

prafulla Kumar tripathy

Thriller Others

4.3  

prafulla Kumar tripathy

Thriller Others

ଉଆଁସୀ

ଉଆଁସୀ

1 min
184


ଝିଅ ଜନମିଲା ଅମାବାସ୍ୟାରେ

ସେଥି ପାଇଁ ମା' କି ଦାୟୀ ?

ଉଆଁସୀ ଝିଅକୁ ବର ମିଳିବନି

ମାରିଦିଅ ତାକୁ ନେଇ ।

କନିଆ ଭ୍ରୂଣହତିଆ ଓଡିଶା ରାଇଜେ

ପେଟରୁ ମାରନ୍ତି ତାକୁ ।

ଅମାବାସ୍ୟା ଝିଅ ଜନମିଲେ

ଦୋଷ ଦେବା ଆମେ କାହାକୁ ?

କିଏ ଦୋଷ ଦିଏ ନିଜ କପାଳକୁ

କିଏ ଦୋଷ ଦିଏ ଷଠି ବୁଢୀକୁ

ଅନ୍ଧବିଶ୍ଵାସରେ ବୁଡିଯାଉ ଆମେ

ଦୋଷଦେଇ ଆମେ କନିଆକୁ ।

ବିବାହ ବୟସ ଗଡି ଗଡି ଯାଏ

କିଏ କରନ୍ତିନି ତାକୁ ବିବାହ

ସାହି ପଡିଶାଙ୍କ ଟାହିଟାପରାରେ

ଲୁହ ଝରିଯାଏ ତାର ।


Rate this content
Log in

Similar oriya poem from Thriller