Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Others

2  

Neelima Nivedita Behera

Others

ଷ୍ଟ୍ରିଟ୍ ଲାଇଟ୍

ଷ୍ଟ୍ରିଟ୍ ଲାଇଟ୍

1 min
6.6K


ତୁମ ସାଙ୍ଗରେ ଚାହା ପିଇଲିନି ବୋଲି

କରିବନି ମନଊଣା,

ଦେଇଥିବା ସ୍ନେହ ଟିକକ

ସୁଧ ସହିତ ଫେରେଇବି ନିଶ୍ଚେ ଦିନେ

କଥା କ’ଣ କି ?

ବାକିଆ ରଖେନି ମୁଁ ପାଉଣା ।

ଚାହା ନ ପିଇବାର ଅଛି ଅନେକ କାରଣ...

ଶାମ୍ବ ଦଶମୀ ଠୁଁ ଆରମ୍ଭି ଦଶେରା ତୋରଣ

ଯେତେଥର ଚାହାରେ ଲଗାଇଛି ଓଠ

ସେତେଥର ବୋଲାଇଛି ମୂର୍ଖ ନିପଟ

ହସିଲ ଯେ !

କଥାକୁ ମୋର

ବାଚାଳାମି ଭାବି ହସିଦେଲ, ଭଲ କଲ

ନହେଲେ ରାତି ପ୍ରେମରେ

ଷ୍ଟ୍ରିଟ୍ ଲାଇଟ୍ ପଡିଲା ପରି

ପୁଣିଥରେ ମୁଁ

ଚାହା ପ୍ରେମରେ ପଡ଼ିଥାନ୍ତି

ଅଯଥାରେ ସିନା ହେଇଥାନ୍ତି କଲବଲ !!!


Rate this content
Log in