Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ଛାଡ଼ ଅର୍ଥନୀତି ଛାଡ଼ିଦେଉ ପ୍ରଭୁ

ଛାଡ଼ ଅର୍ଥନୀତି ଛାଡ଼ିଦେଉ ପ୍ରଭୁ

1 min
7.2K


ଛାଡ଼ ଅର୍ଥନୀତି ଛାଡ଼ିଦେଉ ପ୍ରଭୁ

 

ପର୍ଶୁରାମ ବିଶ୍ୱାଳ

 

ଗୋଦରା ହେଲାଣି ଆମ ଅର୍ଥନୀତି ଛାଡ଼ ରାଜନୀତି ପାଇଁ

ମାଗଣା ପାଇକି ଭୋଟର ଲାଞ୍ଚୁଆ, କାମରେ ତା ମନ ନାହିଁ

ବୁଝୁନି ଏକଥା ଆମ କେନ୍ଦ୍ର-ରାଜ୍ୟ

ଜାଣିବୁରେ ଭାବଗ୍ରାହୀ ।

 

ଅଶୀ ହଜାର ସେ କୋଟି ଋଣ ଛାଡ଼ କଲା କେନ୍ଦ୍ର ସରକାର

ପ୍ରାଣଟି କାନ୍ଦୁଚି ବୋଲି ଚାଷୀ ପାଇଁ କମେଇବ ଋଣଭାର

ଇଏ ସବୁ ଖାଲି କୁମ୍ଭୀର କାନ୍ଦଣା

ନାଟକ ଏ ଭୋଟ ପାଇଁ ।

 

ଛାଡ଼ ମାଗଣାର ଦେବତାଟି ଆମ ଏ ରାଇଜ ସରକାର

ଜନ୍ମଠୁ ମରଣ ରଖିଚି ଯୋଜନା, ଦେଖୁଚୁ କଳାଠାକୁର

ତା ଭିତରେ ଅଛି ସେ କ୍ଷମତାଲୋଭ

ସେ’ଲାଗି ସେ ହାଇଁପାଇଁ ।

 

କିମିତି କର୍ମଠ ହେବେ ଦେଶବାସୀ, ସେ ଚିନ୍ତା ନାହିଁଟି କା’ର

କି କଲେ ଜାପାନୀ ଜାତିଟା ସାଙ୍ଗରେ ଦେଇପାରିବୁ ଟକ୍କର

ସେ’ପାଇଁ ପଇସା ଖର୍ଚ୍ଚ କଥା ହେଲେ

ରାଜକୋଷେ ଧନ କାହିଁ ?

 

ଛାଡ଼ ନୀତି ଆଜି ଛାଡ଼ିଦେଉ ପ୍ରଭୁ ଆମ ସବୁ ସରକାର

ଲୋଡ଼ା ଭିତ୍ତିଭୂମି ବିକାଶ ଖରଚ, ଟଙ୍କା ହୁଏ ଦରକାର

କର୍ମ କର୍ମଶାଳା ଲୋଡ଼ା ଏ ଦେଶରେ

ସଚେତନ ବାର୍ତ୍ତା ଦେଇ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in