କବି ଓ କବିତା
କବି ଓ କବିତା
କବି ଓ କବିତା ସ୍ନେହ ମମତାର
ପ୍ରୀତିର ବରଷାଟିଏ
ସକାଳୁ ସଂଜରେ ପ୍ରୀତି ବରଷାରେ
ସଭିଙ୍କୁ ଭିଯାଉ ଥାଏ ।
କେବେ ହସୁଥାଏ କେବେ ଋଷୁଥାଏ
କେବେ ଧୀରେ ଚାଲୁଥାଏ
ବାଇଆର ବଷା ଗଛର ଡାଳରେ
ପବନରେ ଝୁଲୁଥାଏ ।
କାନ୍ଦି ଉଠେ କେବେ ବୀର ସୈନିକର
ବୀରହରେ ଗୀତ ଗାଇ
ଭୁଲେ ନାହିଁ କେବେ ତାର ବଳିଦାନ
ଦେଶ ମାତୃକାର ପାଇଁ ।
ଖୁସିରେ ନଚେସେ ହୋଲି ଦିବାଲିରେ
ଖୁସିର ସଙ୍ଗୀତ ଗାଇ
ଭାରତ ଜିତିଲେ ହସେ କବିତାରେ
ମନାଏ ବାଣ ଫୁଟାଇ ।
ସଂଜରେ ସକାଳେ ଶୁଭ ମନାସଇ
ପ୍ରଭୁଙ୍କ ଶ୍ରୀପଦ ତଳେ
କୁସୁମିତ ହେଉ ଆମ ଚଲା ପଥ
ତାଙ୍କରି କରୁଣା ବଳେ ।