Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

4.3  

Santosh Pattnayak

Others

ଆଶିଷର ଆଶେ ଶରଣ ସନ୍ତୋଷେ

ଆଶିଷର ଆଶେ ଶରଣ ସନ୍ତୋଷେ

1 min
466



ଜୟ ମା ଭାରତୀ ନମୋଃ ଜ୍ଞାନଦାତ୍ରି

ଶୁଭ୍ରବସ୍ତ୍ରା ବୀଣାପାଣି

ମରାଳ ବାହିନୀ ପୁସ୍ତକ ଧାରିଣୀ

ବାକ୍ୟଦେବୀ ନାରାୟଣୀ....


ବ୍ରହ୍ମାଙ୍କ ନନ୍ଦିନୀ ବିଷ୍ଣୁ ପାଟରାଣୀ

ସିଦ୍ଧିଦାତ୍ରି ଭଗବତୀ

ଭୂବନ ମୋହିନୀ ଅଜ୍ଞାନ ନାଶିନୀ

ନମୋମାତା ସରସ୍ବତୀ....


ପାଦେ ମଥାପାତି ଜଣାଏ ପ୍ରଣତୀ

ଭକତି ନୈବେଦ୍ୟ ଦେଇ

ଜଣାନାହିଁ ସ୍ତୁତି ରାଗ କି ରାଗିଣୀ

କଣ୍ଠେବସ ମହାମାୟୀ.....


ଆଶିଷର ଆଶେ ଶରଣ ସନ୍ତୋଷେ

କିଞ୍ଚିତ ସହାୟ ହୁଅ

କୃପାବାରି ଢାଳି ଅଜ୍ଞାନତା ଜାଳି

ଅଧମେ ଶରଣ ଦିଅ......


Rate this content
Log in