Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Mitra

Others

3  

Arun Kumar Mitra

Others

ନିର୍ଯ୍ୟାତିତା ନିରୂପମା

ନିର୍ଯ୍ୟାତିତା ନିରୂପମା

2 mins
6.6K


ନିର୍ଯ୍ୟାତିତା ନିରୂପମା

 

କେଶବ କୃଷ୍ଣ କୃଷିଜୀବି ଏକ, ଅଖ୍ୟାତ ଗାଁ’ରେ ଘର

ନୁହେଁ ଥିଲାଘର, ତଥାପି ତାଙ୍କର, ଶାନ୍ତିର ସଂସାର  ।

ଭଦ୍ରଲୋକଙ୍କ ପାଞ୍ଚଟି କନ୍ୟା, ଗୋଟିଏ ତିଳୋତ୍ତମା

ବାପା ବୋଉଙ୍କର ଅତି ଅଳିଅର ସୁନ୍ଦରୀ ନିରୁପମା  ।

ଆଉ ଚାରିଝିଅ ମଧ୍ୟ ରୂପସୀ, କେହି କମ କେହି ବେଶୀ

ବାହା ସାହା ହୋଇ, ଘରକରଣାରେ, ସଭିଏଁ ରହନ୍ତି ଖୁସୀ  ।

ନିରୂପମା ଯେ ତା’ ଢଳଢଳ ଆଖି, ମୋହନ ମୋହିନୀ ଢଙ୍ଗ

ମୂରଲୀ ସଦୃଶ ସୁଶ୍ରୀ ନାସିକା, ପଦ୍ମ ପାଖୁଡା ରଙ୍ଗ  ।

ନୟନ ହରିଣୀ, ମାୟାବୀ ଚାହାଁଣୀ, ଅନୁରାଗେ ଭରା ସାଗର

ଶ୍ରୁତି ସୁମଧୁର କଣ୍ଠଟି ତାର, ସ୍ମିତ ମୁହଁଟିଏ ମନୋହର  ।

ଉଦାସୀନ ମନେ, ବିରସ ବଦନେ, ନିଦାରୁଣ ଉତ୍ତମ

ଲାଗାଇ କୃଷ୍ଣ ବିରହେ କାତର, ଆତୁର ଶ୍ରୀରାଧା ସମ  ।

ସଦା ସୁଶୋଭିତ, ସଦା ସୁରଭିତ, ସୁଲଳିତ ସୁକୁମାରୀ

କଜଳ ନୟନା, ସ୍ନିଗ୍ଧ ଝରଣା, ନିରୂପମା ସୁନ୍ଦରୀ  ।

ଜୁଟିଲା ବରଟି ସ୍ଵଘୋଷିତ ଏକ ରାଜ~କର୍ମଚାରୀ

ପଦ୍ମଲୋଚନ ଚପରାଶି, କିନ୍ତୁ ଭଲ ଆମଦାନୀ ଉପୁରି  ।

ଖର୍ବକାୟ, ଶ୍ୟାମଳ ବରଣ, ଟିକିଏ ଦୁର୍ବଳିଆ

ବାକ୍ୟ~ବାଗୀଶ,କର୍ମେ ଅଳସ, ସରକାରୀ ଚାକିରିଆ  ।

ନବାଙ୍ଗୀଟିକୁ ଦେଖି ବିହ୍ଵଳ, ବିଗଳିତ ଅନ୍ତର

ଯୌତୁକ ବିନେ, ଚିର ବନ୍ଧନେ ବାନ୍ଧିବେ ସ୍ଵପନ ନୀଡ଼  ।

ଅସମ୍ମତିରେ ନିରୂପମା ରାଣୀ, ଦିଶିଲା ତା’ ମୁହଁ ଭାର

ମାତାପିତା ତାକୁ ଦେବାଳୟେ ନେଇ କରି ଦେଲେ ବିଭାଘର । 

ନୂତନ ବରଟି ଅସୀମାନନ୍ଦେ, ହେଲେଣି ଆତ୍ମହରା

ପ୍ରେମର ଜୁଆରେ ଭାସି ବୁଲନ୍ତି, ଦିବସ ରଜନୀ ସାରା  ।

ନବ ବଧୂଟିକୁ ଅତି ଭଲପାଇ, ନ କରାଇ ଗୃହକର୍ମ

ସ୍ଵହସ୍ତେ ପ୍ରାୟ ସବୁ କିଛି କରି, ପାଳଇ ସଂସାର ଧର୍ମ  ।

ବର୍ଷକ ପରେ ଆସିଲା ତାଙ୍କର ଝିଅଟି ପୁଷ୍ପ କଢି 

ଦେଖିବାକୁ ଠିକ ଗୋଲାପୀ କଣ୍ଢେଇ, ଅବିକଳ କୁନି ପରୀ  ।

ପ୍ରେମିକ ପ୍ରବର ମନରେ ଜମିଲା କିଞ୍ଚିତ୍ କଳା ମେଘ

ପ୍ରେମ ନଈଟିରେ ଆସିଲା ଭଟ୍ଟା, ବଦଳି ଗଲାଣି ପାଗ  ।

ପୁଅଟି ନହୋଇ, ଝିଅ ଜନ୍ମିଲା ଦୋଷୀ ହେଲା ନିରୂପମା

ପଦ୍ମଲୋଚନ ଅନ୍ତରେ ତାକୁ, କରି ପରିଲେନି କ୍ଷମା  ।

ପୁତ୍ର ଆଶାରେ ଗୋଟେ ପରେ ଗୋଟି, ରୂପସୀ କନ୍ୟା ଚାରି

ଧୀରେ ଧୀରେ ଶିରି ପଦ୍ମଲୋଚନ, ହେଲେଣି ଅତ୍ୟାଚାରୀ  ।

 କଥାରେ କଥାରେ କହେ ମାଗଣାରେ ଆଣିଥିଲି ତୋତେଘରେ

ଯଉତୁକ ବିନେ କରିଥିଲି ବାହା, କେବେ ଭାବିଛୁ ମନରେ  ।

ଯା’ନା ଆଣିବୁ ବାପଘର ଠାରୁ, ଟଙ୍କା ଲକ୍ଷ ତିନି

ଆଣି ଦେଲୁ ସୁନା, କେଜିଏ ଖଣ୍ଡେ, ଆଉ କିଛି କହିବିନି  ।

ଜନମ ଦେଲୁଣି ଗୋଟି ଗୋଟି କରି, ଚାରିଗୋଟି ଯାକ ଦୁହିତା

ଦେଇଥାନ୍ତୁ ଯଦି ପୁତ୍ର ଗୋଟିଏ, ତୋ ପ୍ରତି ଥାନ୍ତା ମମତା  ।

ମୁଁ ଚାହିଁଥିଲି, ଭାର୍ଯ୍ୟା ସୁନ୍ଦରୀ, ରୂପସୀ ତନୟା ନୁହେଁ

ଦେଲୁ ମୋତେ ମାରି, ବରବାଦ୍ କରି, ଆଉ ତୋତେ ଭଲପାଏ ।

ଏମିତି ଭାବରେ ପତି ଦେବତାଟି କରନ୍ତି ଦଂଶନ

ଆଖି ଜଳେ ଭାସି ଧରମ ପତ୍ନୀ, ସହଇ ନିର୍ଯ୍ୟାତନ  ।

ନରପୁଙ୍ଗବମାନଙ୍କ ହେଲା, ଏମିତି ହିଁ ହତାଦର

ନିରୁପମାମାନେ ନୀରବ ରହିକି, ପାଳନ୍ତି ପରିବାର  ।



Rate this content
Log in