ବାପା ମାଆଙ୍କ ଲାତଖିଆ
ବାପା ମାଆଙ୍କ ଲାତଖିଆ
ମାଆ କହେ ପୁଅକୁ ତୁ
ମୋ ପେଟରେ ଥିଲାବେଳେ
ଅନେକ ଲାତ ମାରିଛୁ
ହେଲେ ସୁଖ ମିଳୁଥିଲା
ଶାନ୍ତି ମିଳୁଥିଲା ପୁଣି ବାରବାର
ଖୋଜୁଥିଲି ତୋ ଲାତମାରିବାକୁ ।
ଆଜି କିନ୍ତୁ ତୁ ଲାତ ମାରିଲୁ ବୋଲି
ମୋ ହୄଦୟ ଫାଟିଯାଉଛି
ଆଖିରୁ ମୋ ଲୁହ ଝରୁଛି
ହେଲେ ଠୋଠୋ ହୋଇ କାନ୍ଦିପାରୁନି
କାଳେ ତୋର ଅପମାନ ହେବ ଭାବି ।
ବାପା କହେ ପୁଅକୁ ଆରେ ବାଳୁଙ୍ଗା
ତୁ ଯେବେ ଛୋଟ ଥିଲୁ ଆଉ
ମୋରି କାନ୍ଧରେ ଚଢି ଲାତ ମାରୁଥିଲୁ
ଦିନତମାମ ଯାହା କଷ୍ଟ ଲାଗିଲେ ବି
ଭାରୀ ମଜା ଲାଗୁଥିଲା ପୁଣି ତୋତେ ।
ମୋ ପିଠି ଉପରେ ଲାଉ କରୁଥିଲି
ଗର୍ବରେ ମୋ ଛାତି ଫୁଲିଯାଉଥିଲା
ହେଲେ ଆଜି ତୁ ଲାତ ମାରିଲେ
ତୋ ପତ୍ନୀ ଆଗରେ କଟୁକଥା କହିଲେ
ହୄଦୟର ସ୍ନେହଆବିଳତା ଜଳିଯାଉଛି ।
ଆଖିରୁ ମୋ ନଦିଶିବା ଲୁହ ଝରୁଛି
ତଥାପି ତୋର ସମ୍ମାନ ହାନୀ ନ ହେଉ
ତୋତେ କିଏ ଖରାପ ନ କହୁ ଭାବି
ବୄଦ୍ଧାଶ୍ରମରେ ରହି ବି ଚୁପ୍ ରହିଛି ।