ଲୋ ବୋଉ
ଲୋ ବୋଉ
ବୋଉ ଲୋ ତୁ ଏତେ ସ୍ନେହମୟୀ କେମିତି ହେଲୁ,
ଆମର ସବୁ ଦୁଃଖ ପାସୋରି ନେଲୁ ।
ଦୁଃଖ ଯାତନାରେ ନିଜେ ପେଷି ହେଇ ମଧ୍ୟ
ଉଁ କି ଚୁଁ କେବେ ନ କହିଲୁ !
ବୋଉ ଲୋ ତୁ ଏତେ ମମତାମୟୀ କେମିତି ହେଲୁ,
ଆମ ସୁଖ ପାଇଁ ଭୋଳା ବାବା ପାଖେ ନିଇତି ଶରଣ ପଶିଲୁ ।
ସୁଖର ଭାଗୀଦାର ହେଇ ଦୁଃଖ ସବୁ ନିଜେ ରଖିନେଲୁ,
ନିଜ ଦେହ ଯତ୍ନ କରିବା ଭୁଲି ଯାଇ ଆମ ପାଇଁ ଖୁସି ବାଣ୍ଟିଲୁ ।
ପନିକିରେ ହାତ କାଟି ରକ୍ତ ବାହାରିଲେ ମଧ୍ୟ
ଆମକୁ ନାନା ପ୍ରକାର କରି ପରଷିଲୁ ।
ନିଜେ ଚିରା ଶାଢ଼ୀ ପିନ୍ଧିଲୁ ପଛକେ
ଆମ ପାଇଁ ନୂଆ ଡ୍ରେସ କିଣିଆଣିଲୁ ।
ନିଜ ସୁଖ ଛାଡି ଆମ ପାଇଁ ଚିନ୍ତା କଲୁ ,
ଶେଯରୁ ଉଠିବାଠୁ ନେଇ ରାତି ଶୋଇବା ଯାଏଁ
ଆମ ଚିନ୍ତାରେ ନିତି ଘାରି ହେଲୁ ।
ବୋଉ ଲୋ ସବୁବେଳେ ଆମ ପାଇଁ ବ୍ୟସ୍ତ ହେଲୁ,
ନିଜ କଥା କେବେ ତୁ ଭାବିଲୁ?
ବୋଉ ଲୋ ତୁ ଏତେ ମମତାମୟୀ କେମିତି ହେଲୁ,
ତୁ ଏତେ ମମତାମୟୀ କେମିତି ହେଲୁ ।