ଆକାଂକ୍ଷା
ଆକାଂକ୍ଷା
ଆଲୋକର ସୀମା ଡେଇଁ
ରଜନୀ ଆସିଛି ଧାଇଁ
ହେବାକୁ ସ୍ୱପ୍ନର ତୁଳି ତଳ୍ପ ସେଜ ।
ସ୍ୱପ୍ନରେ ବିଭୋର ହୋଇ ନିରନ୍ତର
ଖୋଜିବାକୁ ଅନ୍ତରେ ମୋହର
ଦିଗ ଦିଗନ୍ତ ସୀମାହୀନ
ମୋ ଗନ୍ତବ୍ୟ ସ୍ଥଳରେ.....।
ତୁମେ କହିଥିଲ ଆସିବ ବୋଲି
ଅନ୍ଧକାରେ ଲୁଚି ଲୁଚି
ଖୋଲିଦେଵ ମୋପାଖରେ ହସର ପୁଟୁଳି
ଆଲୋକ ଗଲାଣି ତ ଢଳି
ଅନ୍ଧକାର ହେଲାଣି ଆସି
କାହିଁ ଦେଖାନାହିଁ ତୁମର
ମୁଁ ରହିଛି ଅନାଇ ଚାତକପରି କେବଳ ..।
ଆସିଥିଲ ତୁମେ ବହୁଦିନ ତଳେ
ଅତିସାର ମାନସ ପଟରେ
କିପୁଲକ ଥିଲା ସେ ସମୟ
ମୁଁ ହୋଇଥିଲି ବିଭୋର ।
ମଥା ରଖି ସୋଇଥିଲି ତୁମରି କୋଳରେ ।
କିନ୍ତୁ
ଆଜି ଏ କଣ କଲ ?
ତୁମ ଆଗମନେ, ନା ଅଛି... ମହକ !!!
ନା ଅଛି ଆବେଗ
କେବଳ ଅଛି ଦୁଃଖ ଆଉ ଯନ୍ତ୍ରଣା !!!
ଯାହାରି କୋଳରେ ମଥାରଖି
ମୁଁ ହେଉଛି
ଛଟ--ପଟ....।
ସୁଜାତ