Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dambarudhar Bag

Others

3  

Dambarudhar Bag

Others

ଚିଠି

ଚିଠି

1 min
83



ଦେଇଥିଲ ମତେ ଚିଠିଟିଏ ତୁମେ

ଲେଖିଥିଲ କେତେ କଥା ।

ଆରମ୍ଭ ଯେମିତି କରିଥିଲ ତୁମେ

ପଢି ଘୁରି ଗଲା ମଥା ।

ପାଇ ନ ଥିଲି ମୁଁ କେବେ ବି କାହାଠୁ

ଚିଠିଟିଏ ଏଇଭଳି ।

ଯେଉଁଠାରେ ତୁମେ ଲେଖିଦେଇଥିଲ

ମତେ ଭଲ ପାଏ ବୋଲି ।

ମନେ ମନେ ମୁଁ ଖୁସି ହେଲି ସିନା

ହେଲି ମୁଁ ଆଶ୍ଚର୍ଯ୍ୟ କେତେ ।

ତୁମ ଭଳି ଝିଅ ପ୍ରେମରେ ପଡିବା

ଆଶ୍ଚର୍ଯ୍ୟ ନୁହେଁ କି ସତେ !

ମୋତେ ନ ଦେଖିଲେ କାନ୍ଦୁଥିଲ କେତେ

ବସୁଥିଲ ମୁହଁ ମାରି ।

ଯାଉଥିଲ ଶୁଖି ଦଣ୍ଡେ ନ ଦେଖିଲେ

ସତ କୁହ ତୁମେ ପରି ?

ଚିଠି ଟିଏ ଦେଇ ପଚାରୁଥଲ ଯେ

ସବୁ ଦିନ ମୋ ଖବର ।

କିନ୍ତୁ କେବେ ବି ମୁଁ ଦେଇ ପାରିଲିନି

ତୁମ ଚିଠିର ଉତ୍ତର ।

କେତେ ଥର ମୋତେ ପଚାରିଛ ତୁମେ

ସେହି କଥା ବାରମ୍ବାର ।

ଏ ଯାଏଁ କାହିଁକି ଦେଇ ପାରିନାହିଁ

ତମ ପ୍ରଶ୍ନର ଉତ୍ତର ।

ଦେଖି ଦେଲେ ଟିକେ ଦେଇଥାଏ ହସି

କହି ନାହିଁ କେବେ କିଛି ।

ଭାବୁଅଛି ଆଜି ଦେବି ମୁଁ ଉତ୍ତର

ପଚାରିବ ଯାହା କିଛି ।

ତୁମେ ଦେଇ ଥିବା ସେହି ଚିଠିଟିକୁ

ସାଇତିଛି ଆଜି ଯାଏ ।

ବାରମ୍ବାର ପଢି ନିଜେ ମୁଁ କହୁଛି

ମୁଁ ତୁମକୁ ଭଲ ପାଏ ।

ଦିନ ସରିଗଲା ବରଷ ସରିଲା

ଦେଲି ନି ଉତ୍ତର କେବେ ।

ଭାବୁଅଛି ଆଜି ଦେବି ମୁଁ ପତର

ଡାକ ଘରେ ଯାଇ ଏବେ ।

ମୋ ମନ କଥାକୁ ଲେଖୁ ଲେଖୁ ଆଜି

ଚିଠିରେ ମୁଁ ଦେଲି ଲେଖି ।

ଚିଠି ପଢି ମୋର ନିଶ୍ଚେ ହେବ ଖୁସି

ଓଦା କରିବନି ଆଖି।

**********************

ଶ୍ରୀ ଡମ୍ବରୁଧର ବାଗ, ଚପ୍ରିଆ, ଗୋଲାମୁଣ୍ଡା


Rate this content
Log in