ଜୀବନ ଗୀତା- ୧୧
ଜୀବନ ଗୀତା- ୧୧
1 min
13.5K
ଜୀବନ ଗୀତା- ୧୧
ସୁନ୍ଦର ଏଇ ଜୀବନରେ
କେତେତ ରହିଛି ଅଭାବ ଆଉ
କେତେ ପୁଣି ପୂର୍ଣ୍ଣତା
ମାୟାର ଏଇ ପୃଥିବୀରେ
କେତେତ ମିଳିଛି ଭଲ ପାଇବା
କେବେ ପୁଣି ଦୂରତା ॥୦॥
ଏଇ ମନ କେବେ ମହକି ଯାଇଛି
ଫଗୁଣ ଫୁଲର ହାଟରେ
ପାଦ ପୁଣି କେବେ ଖସି ତ ଯାଇଛି
ନହକା ନଈର ତୁଠରେ
ଓଠର ଏଇ ହସ ତଳେ
କେତେତ ରହିଛି ଆନନ୍ଦ ଆଉ
କେତେ ପୁଣି ଦୈନ୍ୟତା ॥୧॥
ଏଇ ଦେହ କେତେ ପୁଲକି ଉଠିଛି
ଶ୍ରାବଣ ବରଷା ରାତିରେ
ଦେହେମନେ କେତେ ନିଆଁ ବି ଜଳିଛି
ବଇଶାଖୀ ଝାଞ୍ଜି ତାତିରେ
ଆଖିର ଏଇ ଚାହାଣିରେ
କେତେତ ରହିଛି ଆହ୍ଲାଦ ଆଉ
କେତେପୁଣି ଶୂନ୍ୟତା ॥୨॥